ରାଷ୍ଟ୍ରଭାଷା ବିକାଶରେ ଦେଶର ବିକାଶ

ବିଭିନ୍ନ ସରକାରୀ କାର୍ଯ୍ୟର ସଫଳ ରୂପାୟନ କ୍ଷେତ୍ରରେ ଜନସାଧାରଣଙ୍କର ବୋଧଗମ୍ୟ ହେଉଥିବା ଭାଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାଷ୍ଟ୍ରଭାଷାର ବିକାଶରେ ଦେଶର ବିକାଶ ସମ୍ଭବ ହୋଇ ପାରିବ।
ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରଭାଷା ହିନ୍ଦୀର ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ସେପ୍ଟେମ୍ବର ୧୪ରେ ହିନ୍ଦୀ ଦିବସ ପାଳନ କରାଯାଇଥାଏ। ୧୯୪୯ ସେପ୍ଟେମ୍ବର ୧୪ରେ ହିନ୍ଦୀକୁ ସରକାରୀ ଭାଷାର ମାନ୍ୟତା ମିଳିଥିଲା। ଏହାକୁ ସ୍ମରଣ କରିବା ଲାଗି ଏହି ଦିବସ ୧୯୫୩ ସେପ୍ଟେମ୍ବର ୧୪ଠାରୁ ପାଳନ କରାଯାଉଛି। ପୃଥିବୀର ଲୋକଙ୍କ ଦ୍ୱାରା କୁହାଯାଉଥିବା ଭାଷା ମଧ୍ୟରେ ହିନ୍ଦୀ ତୃତୀୟ ସ୍ଥାନ ହାସଲ କରିଛି।
ଭାରତର ସମ୍ବିଧାନର ଡ୍ରାଫ୍ଟ ସମୟରେ ଏକ ଆପୋସ ବୁଝାମଣା ହୋଇଥିଲା; ଯେଉଁଥିରେ ହିନ୍ଦୀକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ ଲାଗି ପ୍ରସ୍ତାବ ରଖାଯାଇଥିଲା। ତିନି ବର୍ଷ ଧରି ବିତର୍କ ପରେ ଭାରତର ସମ୍ବିଧାନସଭା ଦ୍ୱାରା ଭୋଟ ଗ୍ରହଣ କରାଯିବା ପରେ ଏହା ନିଶ୍ଚିତ ହୋଇଥିଲା। ଡ୍ରାଫ୍ଟିଙ୍ଗ କମିଟିର ଦୁଇ ବିରୋଧୀ ସଦସ୍ୟ କେ.ଏମ୍‌. ମୁନସୀ ଏବଂ ଏନ୍‌. ଗୋପାଲସ୍ବାମୀ ଆୟାଙ୍ଗାରଙ୍କ ମୁନ୍‌ସୀ-ଆୟାଙ୍ଗାର ସୂତ୍ର ଦ୍ୱାରା ଏହି ଆପୋସ ବୁଝାମଣା ହୋଇଥିଲା। ହିନ୍ଦୀକୁ କେନ୍ଦ୍ର ସରକାରଙ୍କ ସରକାରୀ ଭାଷା ଭାବେ ଘୋଷଣା କରାଯାଇଛି।