ଜିଏସ୍‌ଟି ହ୍ରାସ ସତ୍ତ୍ୱେ ୫, ୧୦, ୨୦ ଟଙ୍କିଆ ପ୍ୟାକେଟ୍‌ ସାମଗ୍ରୀ ମୂଲ୍ୟ କମିବ ନାହିଁ: ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୧୩ା୯: ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ହ୍ରାସ ସତ୍ତ୍ୱେ ଲୋକପ୍ରିୟ କମ୍‌ ମୂଲ୍ୟରେ ଉପଲବ୍ଧ ପ୍ୟାକେଟ୍‌ ସାମଗ୍ରୀ ଯଥା ୫ ଟଙ୍କିଆ ବିସ୍କୁଟ୍‌, ୧୦ ଟଙ୍କିଆ ସାବୁନ୍‌ ଓ ୨୦ ଟଙ୍କିଆ ଟୁଥ୍‌ପେଷ୍ଟ ଦାମ୍‌ କମାଯାଇପାରିବ ନାହିଁ ବୋଲି ଉପଭୋକ୍ତା ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ଟ୍ୟାକ୍ସ ଅଫିସରଙ୍କୁ ଜଣାଇଛନ୍ତି। କାରଣ ଦୋକାନୀମାନେ ଏହି ଧାର୍ଯ୍ୟ ଦରକୁ ବ୍ୟବହାର କରିଆସୁଛନ୍ତି।

ଦରକୁ ୪, ୯ କିମ୍ବା ୧୮ ଟଙ୍କାକୁ କମାଇଲେ ଉପଭୋକ୍ତା ଦ୍ୱନ୍ଦ୍ୱରେ ପଡ଼ିବେ ଏବଂ କାରବାରରେ ସମସ୍ୟା ହେବ। ଏହା ବଦଳରେ ମୂଲ୍ୟ ସମାନ ରଖି ପ୍ୟାକେଟ୍‌ ଭିତରେ ପରିମାଣ ବଢ଼ାଇବାକୁ କମ୍ପାନୀଗୁଡ଼ିକ କେନ୍ଦ୍ରୀୟ ପରୋକ୍ଷ ଟିକସ୍‌ ଓ ସୀମାଶୁଳ୍କ ବୋର୍ଡ (ସିବିଆଇସି)କୁ କହିଛନ୍ତି। ଉଦାହରଣ ସ୍ବରୂପ ୨୦ ଟଙ୍କିଆ ବିସ୍କୁଟ୍‌ ପ୍ୟାକେଟ୍‌ରେ ପୂର୍ବାପେକ୍ଷା ଅଧିକ ଗ୍ରାମ୍‌ ବିସ୍କୁଟ୍‌ ସମାନ ମୂଲ୍ୟରେ ଉପଲବ୍ଧ ହେବ।

Share
Tags: GST