ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ ପ୍ରାଣୀତା ଦାସ ଶନିବାର ପୂର୍ବାହ୍ନରେ ଉଦ୍ଘାଟନ କରିଛନ୍ତି। ଛାତ୍ରୀଛାତ୍ରମାନେ ପ୍ରଥମେ ପାରମ୍ପରିକ ବେଶରେ ସଜ୍ଜିତ ହୋଇ ବାଜା ଢୋଲ, ନିସାନଓ ତାସା ବଜାଇ ନାଚିନାଚି ମହାବିଦ୍ୟାଳୟର ମୁଖ୍ୟ ଦ୍ୱାରଠାରୁ ନୂତନ କୋଠା ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ନୂତନ କୋଠା ଗୃହକୁ ଉଦ୍ଘାଟନ କରିଥିଲେ। ତତ୍ପରେ ସେହି ଗୃହରେ ଏକ ସଭାକାର୍ଯ୍ୟ କରାଯାଇ ଉପ ଜିଲାପାଳ ଦାସଙ୍କୁ ଫୁଲ ତୋଳା ଦେଇ ସ୍ବାଗତ କରିଥିଲେ। ସଭା କାର୍ଯ୍ୟ ପରିଚାଳନା କରି ଅଧ୍ୟାପିକା ଡ଼କ୍ଟର ମଞ୍ଜୁଳା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହିଅବସରରେ ଉପ ଜିଲାପାଳ ଦାସ ଛାତ୍ରୀଛାତ୍ର ମାନଙ୍କୁ ନିଜର ପଢା ଜୀବନ ବିଷୟରେ କହିବା ସହିତ self study ଉପରେ ଯୋର ଦିଅ ଓ conceptକୁ ଭଲ ଭାବରେ ବୁଝିବା ପାଇଁ ଚେଷ୍ଟା କର ତାହା ହେଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ। ମାଆ, ମାଟି ଓ ସଂସ୍କୃତିକୁ କେବେହେଲେ ପାଶୋରିବ ନାହିଁ। କାରଣ ମାଆ ଜନ୍ମ ଦେଇଛି ଏହି ମାଟିରେ ଓ ବଢ଼ିଛୁ ଏହି ସଂସ୍କୃତିରୁ ଶିକ୍ଷା ଗ୍ରହଣ କରିଛୁ। ଏଣୁ ଆମ ଗର୍ବ ଏହି ଅନୁଷ୍ଠାନ ଓ ପରିଚୟ ଆମେ। ଏହା ହିଁ ଆମର ପରିଚୟ । ଏହା ପରେ ଅଧ୍ୟକ୍ଷ ଡ଼କ୍ଟର ସୁନୀଲ କୁମାର ପତ୍ର ଉପସ୍ଥିତ ଛାତ୍ରୀଛାତ୍ର ମାନଙ୍କୁ ଉଦବୋଧନ ଦେଇ ଆଜିର AI ଯୁଗରେ ଛାତ୍ରୀ ଛାତ୍ର ମାନେ ଯଦି ନିଜେ ସାମିଲ ହେବେ ତାହାହେଲେ ଡିଜିଟାଲ ଦୁନିଆ ସହିତ ଯୋଗାପଯୋଗୀ ହେବେ। ଏହା ପରେ ସଭା ସ୍ଥଳରେ ଅଧ୍ୟକ୍ଷ ଡ଼ଃ ପାତ୍ର ଗୌତମ ବୁଦ୍ଧଙ୍କ ମୂର୍ତ୍ତୀ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଙ୍କର ସମାଗମ ହୋଇଥିଲା। ଏହି ସଭାକୁ ସଫଳ କରିବା ପାଇଁ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ। ସଭା ଶେଷରେ ଅଧ୍ୟାପିକା ପଦ୍ମାବତୀ ସହ ଧନ୍ୟବାଦ ଅର୍ପଣ କରିଥିଲେ।