ଭବାନୀପାଟଣା,୮।୮(ଉତ୍ତମ କୁମାର ଦାଶ)-ଆସନ୍ତା ୧୦ ତାରିଖ ରବିବାର କଳାହାଣ୍ଡି ଗସ୍ତରେ ଆସୁଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରଥମ କରି ଉପ ମୁଖ୍ୟମନ୍ତ୍ରୀ ପରିଡାଙ୍କ କଳାହାଣ୍ଡି ଗସ୍ତ ହୋଇଥିବାରୁ ଏହାକୁ ନେଇଁ ଜିଲା ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଅପରାହ୍ନରେ ଭବାନୀପାଟଣା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଡ଼ ଙ୍କ ଅଧ୍ୟକ୍ଷତା ରେ ଏହି ପ୍ରସ୍ତୁତି ବୈଠକ ରେ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା । ମୂଖ୍ୟତଃ ଉପ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ଦଳ ତରଫ ରୁ ଏକ ଭବ୍ୟ ତ୍ରିରଙ୍ଗା ଯାତ୍ରା ବାଇକ୍ ରାଲି କାର୍ଯ୍ୟକ୍ରମ କରାଯିବକୁ ସ୍ଥିର ହୋଇଥିଲା। ୧୦ ତାରିଖ ଉପ ମୁଖ୍ୟମନ୍ତ୍ରୀ ସକାଳ ୧୦ଟାରେ ଭବାନୀପାଟଣା ସର୍କିଟ ହାଉସ ଠାରେ ପହଞ୍ଚିବେ।
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସ୍ଵାଗତ କରିବା ପାଇଁ କଳାହାଣ୍ଡି ସାଂଗଠାନିକ ଜିଲାର ୪୧ଟି ମଣ୍ଡଳ ରୁ ସମସ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ସୂଚନା ଦିଆଯାଇଛି । ସେହିପରି ତ୍ରିରଙ୍ଗା ଯାତ୍ରାରେ ପାଖାପାଖି ୩୦୦୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଯୋଗଦେବେ ବୋଲି ସଭାପତି ପୋଢ଼ ସୂଚନା ଦେଇଛନ୍ତି। ଏହାସହ ୯ ତାରିଖ ଶନିବାର ପବିତ୍ର ରକ୍ଷା ବନ୍ଧନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସର୍ବ ବୃହତ୍ ଯୋଜନା “ସୁଭଦ୍ରା” ଯାହା କି ମହିଳାଙ୍କୁ ଆତ୍ମନିର୍ଭର କରିବାରେ ପୂର୍ଣ୍ଣ ସହାୟକ ହୋଇଛି ପାଖା ପାଖି ୧ କୋଟି ରୁ ଉର୍ଦ୍ଧ ମହିଳା ଙ୍କୁ ସୁଭଦ୍ରା ଯୋଜନାର ତୃତୀୟ କିସ୍ତିର ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ। ଏହି ଯୋଜନାରେ କଳାହାଣ୍ଡି ଜିଲାର ୩ ଲକ୍ଷ୍ୟ ୭୫ ହଜାରରୁ ଉର୍ଦ୍ଧ ମହିଳା ସୁଭଦ୍ରା ଯୋଜନାରେ ଲାଭବାନ ହେବେ। ଜିଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳର ଉନ୍ନତିକରଣ ଓ ବିକାଶ ପାଇଁ ମଧ୍ୟ ଉପମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପ୍ରାଥମିକତା ରହିବ ଓ ଜିଲାର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ବିଷୟ ଉପରେ ମନ୍ତ୍ରୀଙ୍କୁ ଅବଗତ କରାଇବା ପାଇଁ ବୈଠକରେ ଆଲୋଚନା ହୋଇଥିଲା ।
ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ଜିଲା ସଭାପତି ଦେବେନ୍ଦ୍ର ମହାନ୍ତି,ଭବେନ୍ଦ୍ର ପଣ୍ଡା , ଆର୍ତ୍ତ ମହାପାତ୍ର, ଜିଲା ଉପ ସଭାପତି ପ୍ରଶାନ୍ତ ସାହୁ ,ମୁକେଶ ଅଗ୍ରୱାଲ ,ଜିଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ମନୋଜ ମେହେର, ଅନିରୁଦ୍ଧ ପ୍ରଧାନ ,ପୂର୍ବତନ ନଗର ସଭାପତି ସନ୍ତୋଷ ବିଶି,ଜିଲା ସମ୍ପାଦକ ସତ୍ୟ ବେହେରା ,ସ୍ୱଚ୍ଛ ଭାରତ ସଂଯୋଜକ ଲୋକନାଥ ଦୁର୍ଗା, ପଦ୍ମ ଲୋଚନ ମିଶ୍ର ,ଘନ ଗହିର ,ତ୍ରିନାଥ ଶବର,ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ଶରତ ନାଏକ, ଅଧ୍ୟକ୍ଷା ନମିତା ସାହୁ ସମତେ ଜିଲା ମିଡିଆ ସଂଯୋଜକ ନରହରି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।