ଗଞ୍ଜାମ ମହାବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ଟପ୍ପର ଛାତ୍ରୀଙ୍କୁ ଅଣଦେଖା: ମିଳିଲାନି ସମ୍ମାନ, ଅସନ୍ତୋଷ ବ୍ୟକ୍ତ କଲେ… 

ଗଞ୍ଜାମ,୮।୮(ବିଦ୍ୟାଧର ସାହୁ): ଗୁରୁବାର ଗଞ୍ଜାମ ମହାବିଦ୍ୟାଳୟରେ ୫୭ ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ବିଭାଗର ସମସ୍ତ ମେଧାବୀ ଛାତ୍ରୀଛାତ୍ରଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। କିନ୍ତୁ ୪୬୯ ମାର୍କ ପାଇ ଧନ୍ଦାମୂଳକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ହରିଜନ ବର୍ଗର ଛାତ୍ରୀ ସୁଇଟ ନାୟକଙ୍କୁ ସମ୍ମାନ ପ୍ରଦାନ କରାଯାଇ ନ ଥିଲା। କିମା ତାଙ୍କ ନାମ ଡକା ଯାଇ ନ ଥିଲା l ଫଳରେ ସେଠାରୁ ଘରକୁ ଆସି ଘଟଣା ସମ୍ପର୍କରେ ଛାତ୍ରୀ ଜଣକ ନିଜ ବଡ଼ ଭଉଣୀ ରେଶମାଙ୍କୁ କହିଥିଲେ l
ଏନେଇ ଛାତ୍ରୀ ସୁଇଟିଙ୍କ ବଡ଼ ଭଉଣୀ ଫୋନ ଯୋଗେ କାହିଁକି ପୁରସ୍କୃତ କରାଗଲା ନାହିଁ ବିଭାଗୀୟ ମୁଖ୍ୟ ଗଦା ଧର ସାହୁଙ୍କୁ ପଚାରିଥିଲେ l ପରେ ବୁଝିବା କହି ବିରକ୍ତ ପ୍ରକାଶ କରି ଫୋନ କଟି ଦେଇଥିଲେ ବୋଲି ରେଶମା ଗଣମାଧ୍ୟମକୁ କହିଛନ୍ତି l ଏହି ଘଟଣାକୁ ନେଇ କଲେଜ ଛାତ୍ରୀଙ୍କ ଅଭିଭାବକ ଓ ସାମାଜିକ କର୍ମୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ ଏହାକୁ ‘ସ୍ପଷ୍ଟ ଅନ୍ୟାୟ’ ଓ ‘ବିଭେଦମୂଳକ ଆଚରଣ’ ବୋଲି କହିଛନ୍ତି।
ପୁରସ୍କାର ପାଇବାର ସମସ୍ତ ଯୋଗ୍ୟତା ରହିଥିବା ସତ୍ତ୍ୱେ,କଲେଜ କର୍ତ୍ତୃପକ୍ଷଙ୍କ ଏଭଳି ଅବହେଳା ଆମ ପାଈ ଅସମ୍ମାନ ଭଳି। ମୋ କ୍ଷେତ୍ରରେ ଯାହା ହୋଇଛି ତାହା ଅନ୍ୟ କୌଣସି ଛାତ୍ର କିମା ଛାତ୍ରୀଙ୍କ କ୍ଷେତ୍ରରେ ନ ଘଟୁ ବୋଲି ଭୋକେଶନାଲ କ୍ଲାସ ଟପ୍ପର ଛାତ୍ରୀ ସୁଇଟି ନିଜ ପ୍ରତିକ୍ରିୟାରେ କହିଛନ୍ତି l ବିଭାଗୀୟ ମୂଖ୍ୟ ଗଦାଧର ସାହୁଙ୍କୁ ପଚାରିବାରେ ଭୁଲ ସ୍ବୀକାର କରିବା ସହ ଜାଣି ଶୁଣି ସେମିତି କିଛି କରାଯାଇନି ବୋଲି କହିଛନ୍ତି l ଅନ୍ୟ ପଟେ ଛାତ୍ରୀଙ୍କ ବଡ଼ ଭଉଣୀ  କଲେଜର ଟାଳଟୁଳ ନୀତି ସମ୍ପର୍କରେ ଷ୍ଟାଟର୍ସ ରେ ରଖିବା ପରେ ଶୁକ୍ରବାର ତରବରିଆ ଭାବରେ ଛାତ୍ରୀଙ୍କୁ କଲେଜ ଅଧକ୍ଷାଙ୍କ ଅଫିସ ପରିସରରେ ସସ୍‌ମ୍ମାନିତ କରାଯାଇଥିବା ଦେଖିବାକୁ ମିଳିଛି।କଲେଜ କର୍ତ୍ତୃପକ୍ଷଙ୍କ ଏଭଳି ଘଟଣାକୁ ଛାତ୍ରୀଛାତ୍ରଙ୍କ ମହଲରେ ଦୃଢ ନିନ୍ଦା କରାଯାଇଛି।

Share
Tags: ganjamodisha