Syringes and a vial of the British-Swedish AstraZeneca/Oxford vaccine are pictured during a vaccination campaign on March 9, 2021 at the National Museum of Science and Technology Leonardo Da Vinci, which is currently hosting the anti-Covid vaccination campaign with Multimedica in Milan. (Photo by MIGUEL MEDINA / AFP) (Photo by MIGUEL MEDINA/AFP via Getty Images)
କୋପେନହାଗେନ,୧୧।୩ : ଟିକାକରଣ ପ୍ରକ୍ରିୟାରୁ ଆଷ୍ଟ୍ରାଜେନିକାକୁ ବାଦ୍ ଦେଇଛି ଡେନମାର୍କ। ଭାକ୍ସିନ ନେବା ପରେ କିଛି ବ୍ୟକ୍ତିଙ୍କ ଠାରେ ରକ୍ତ ଜମାଟ ବାନ୍ଧିବା (ବ୍ଲଡ୍ କ୍ଲଟ୍ସ) ଭଳି ଶାରୀରିକ ଗୁରୁତର ସମସ୍ୟା ଦେଖାଦେଉଥିଲା। ଏହାକୁ ଦୃଷ୍ଟିରେ ରଖି ସାମୟୀକ ଭାବେ ବନ୍ଦ କରି ଦିଆଯାଇଛି ଏହି ଭାକ୍ସିନର ବ୍ୟବହାର। ଏ ନେଇ ଡେନମାର୍କର ସ୍ବାସ୍ଥ୍ୟ କର୍ତ୍ତୁପକ୍ଷ ଗୁରୁବାର ପ୍ରକାଶ କରିଛନ୍ତି। କିନ୍ତୁ ବର୍ତ୍ତମାନ ଆଷ୍ଟ୍ରାଜେନିକା ଓ ରକ୍ତରେ ଜମାଟ ବାନ୍ଧିବା ମଧ୍ୟରେ କୌଣସି ଲିଙ୍କ୍ ଅଛି କି ନାହିଁ, ସେ ନେଇ କୌଣସି ସ୍ପଷ୍ଟ କରାଯାଇ ନାହିଁ।
ଉଲ୍ଲେଖଯୋଗ୍ୟ, ରକ୍ତରେ ଜମାଟ ବାନ୍ଧିବା କାରଣରୁ ଜଣେ ୪୯ ବର୍ଷୀୟା ନର୍ସଙ୍କ ମୃତ୍ୟୁ ଘଟିବା ପରେ ଅଷ୍ଟ୍ରିଆ ସୋମବାର ଆଷ୍ଟ୍ରାଜେନିକା ଭାକ୍ସିନର ବ୍ୟବହାର ବନ୍ଦ କରିଦେଇଛି। ଅଷ୍ଟ୍ରିଆ ଭଳି ଏହି ଭାକ୍ସିନର ବ୍ୟବହାରକୁ ସ୍ଥଗିତ ରଖିଥିବା ଦେଶଗୁଡ଼ିକ ମଧ୍ୟରେ ୟୁରୋପର ୪ ଦେଶ ଇଷ୍ଟୋନିଆ, ଲାଟ୍ଭିଆ, ଲିଥୁଆନିଆ ଓ ଲକ୍ସେମବର୍ଗ ରହିଛନ୍ତି।