‘ଜୀବନ ଜୀବିକା ସୁରକ୍ଷା ପାଇଁ ଗଣତାନ୍ତ୍ରିକ ଲଢ଼େଇ ଜାରି ରହିବ’

ଥୁଆମୂଳ ରାମପୁର,୯ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ଏବଂ ରାୟଗଡ଼ା ଜିଲା କାଶୀପୁର ବ୍ଲକ ସୀମାନ୍ତ ସାଗବାରି ପାଖ ପୋଢ଼ ବନ୍ଧା ଘାଟିଠାରେ ଶନିବାର ବିଶ୍ୱ ଆଦିବାସୀ ଦିବସ ୨୦୨୫ ମା’ ମାଟି ମାଳି ସୁରକ୍ଷା ମଞ୍ଚ କଳାହାଣ୍ଡି, ରାୟଗଡ଼ା ପକ୍ଷରୁ ବେଶ୍‌ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ କାଶୀପୁର ଏବଂ ଥୁଆମୂଳ ରାମପୁର ବ୍ଲକ ଅଧିନସ୍ଥ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ମୂଳ ନିବାସୀମାନେ ନିଜ ଗ୍ରାମ ଠାରୁ ନିଜ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭା ଯାତ୍ରାରେ ବାହାରି ସଭା ସ୍ଥଳୀ ପର୍ଯ୍ୟନ୍ତ ପହଞ୍ଚିଥିଲେ l ପରେ ସେଠାରେ ଅନେକ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଲବୀ ବୀର ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ପୂର୍ବତନ ଏମ୍‌ପି ଜୟ ରାମ ପାଙ୍ଗି, ଓଡ଼ିଶା ହାଇକୋର୍ଟ ଓକିଲ ଉପେନ୍ଦ୍ର ମାଝୀ, ନିୟମଗିରି ସୁରକ୍ଷା ସମିତି ସଂଯୋଜକ ଲିଙ୍ଗରାଜ ଆଜାଦ, ସାମାଜିକ କର୍ମୀ କଲ୍ୟାଣ ଆନନ୍ଦ, ସାମାଜିକ କର୍ମୀ ସୁରେଶ ସଂଗ୍ରାମ
ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ୍‌ ଶିକବା ପ୍ରମୁଖ ଯୋଗ ଦେଇ ଆଦିବାସୀଙ୍କ ହକ ଅଧିକାର ଉପରେ ସମସ୍ତେ ଆଲୋଚନା କରି କେମିତି ଆଗାମୀ ଦିନରେ ମୂଳନିବାସି ଶିକ୍ଷିତ ହେବା ସହ ସମାଜରେ ଜଣେ ଜଣେ ଦକ୍ଷ ବ୍ୟକ୍ତି ହୋଇପାରିବେ ସେ ନେଇ ଆଲୋଚନା କରିବା ସହ ବିଶ୍ୱ ଆଦିବାସୀ ଦିବସ ଅବସରରେ ନିଜ ଭିଟା ମାଟି ହରାଇବାକୁ ଯାଉଥିବା ସିଜି ମାଳି ଖଣି ଅଞ୍ଚଳର ହଜାର ହଜାର ଅଧିବାସୀ ମୂଳନିବାସୀ ପୂର୍ବରୁ ହୋଇଥିବା ଖଣି ଖନନର ମିଛ ଗ୍ରାମସଭାକୁ ବିରୋଧ କରି ସମସ୍ତେ ଏକଜୁଟ ହୋଇ ପୁନର୍ବାର ଗ୍ରାମସଭା କରାଯାଇ ବୋଲି ଆଲୋଚନା କରିଥିଲେ।
ଏବଂ ସିଜିମାଳି ଅଞ୍ଚଳର ଜନସାଧାରଣ ତଥା ଅନୁସୂଚିତ ଅଞ୍ଚଳରେ ଜନସାଧାରଣ ହେଉଛନ୍ତି ସୁପ୍ରିମ, ଏବଂ ଗ୍ରାମସଭା ହେଉଛି ସବୁଠାରୁ ଶ୍ରେଷ୍ଠ, ଯାହାକୁ ନିୟମଗିରି କେସ୍‌ରେ ସୁପ୍ରିମକୋର୍ଟ ମଧ୍ୟ ମାନ୍ୟତା ଦେଇଛନ୍ତି ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ।

Share