ରାସ୍ତା ନିର୍ମାଣ ଦାବି: ଆନ୍ଦୋଳନରେ ବସିଲେ ଅଞ୍ଚଳବାସୀ

ଭବାନୀପାଟଣା,୨୨।୯(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଦ ଛକରେ ସୋମବାର ସକାଳୁ ସ୍ଥାନୀୟ ଅଞ୍ଚଳବାସୀ ରାସ୍ତା ନିର୍ମାଣ ପାଇଁ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି। ଫଳରେ ଭବାନୀପାଟଣା -ରାୟଗଡା ୬ନମ୍ବର ରାଜ୍ୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲାଞ୍ଜିଗଡ଼ ବ୍ଳକ ପୋଖରୀବନ୍ଧ ପଞ୍ଚାୟତ ର ୧୭ ଗାଁ କୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ନିର୍ମାଣ ହୋଇପାରି ନାହିଁ। ପ୍ରଶାସନ ତଥା ରାଜନେତାଙ୍କ ଠାରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଏହାର ସମାଧାନ ହୋଇନାହିଁ। ଶେଷରେ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ରାସ୍ତା ରୋକ କରି ଆନ୍ଦୋଳନରେ ବସିଛନ୍ତି।