ସ୍ଥାୟୀ ନିଯୁକ୍ତି ଦାବି: କଲମ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଲେ ମହାବିଦ୍ୟାଳୟ ଅସ୍ଥାୟୀ ଅଧ୍ୟାପକ

ବାଙ୍କୀ, ୧୨।୯ (ଶୁଭେନ୍ଦୁ ମହାପାତ୍ର) : ଓଡିଶା ରାଜ୍ୟ ବେସରକାରୀ କଟକ ଜିଲ୍ଲା କର୍ମଚାରୀ ସଂଘ ଆହ୍ବାନ କ୍ରମେ ଜିଲ୍ଲା ସଂଯୋଜକ କେଶବ ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଅଂଶୁପା ସ୍ନାତକ ବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ମାନେ କଲମ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ନୂତନ ଜି ଆଇ ଏ ପଦବୀ ବାହାର କରିବା ଦାବିରେ ପୁର୍ବରୁ ସରକାରଙ୍କୁ ଅବଗତ କରାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବା ସହିତ ଭୁବନେଶ୍ୱର ବିଧାନ ସଭା ସମ୍ମୁଖରେ ଧାରଣା ରେ ବସି ପ୍ରତିବାଦ ଜଣାଇଥିଲେ ମଧ୍ୟ ସରକାର ଏ ଦିଗରେ କର୍ଣ୍ଣପାତ କରି ନ ଥିବା ଧାରଣା କାରୀ ମାନେ କହିଛନ୍ତି । ଆଜକୁ ଦୀର୍ଘ ୨୬ ଦିନ ଧରି ଧାରଣା ରେ ବସିଥିବା ବେଳେ ସରକାର ଏଥିପ୍ରତି ଗୁରୁତ୍ ଦେଉନଥିବା ଦୁଃଖର ସହ ପ୍ରକାଶ କରିଛନ୍ତି ଧାରଣାକାରୀ ମାନେ। ଅଳ୍ପ ବେତନରେ ମହାବିଦ୍ୟାଳୟ ରେ ପାଠ ପଢ଼ାଇବା ସହ ଅନ୍ୟାନ୍ୟ କାର୍ଯ୍ୟ କରୁଥିଲେ ମଧ୍ୟ ଉଚିତ ପ୍ରାପ୍ୟ ବେତନ ରୁ ବଞ୍ଚିତ ରହିଛନ୍ତି। ଏହାକୁ ଦୃଷ୍ଟି ଆଗରେ ରଖି ସଂଘ ନିଷ୍ପତି ଅନୁଯାୟୀ, ଅସ୍ଥାୟୀ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀଙ୍କ ମନରେ ଅସୋନ୍ତଷ ପ୍ରକାଶ ପାଇଛି। ଏହି ମହାବିଦ୍ୟାଳୟରେ ୫୭୬ ଜଣ ଛାତ୍ରୀଛାତ୍ର ଅଧ୍ୟୟନରୁ ବଞ୍ଚିତ ରହୁଥିବା ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରୀଛାତ୍ର। ସରକାର ଯେ ପର୍ଯ୍ୟନ୍ତ ଦାବି ପୂରଣ ନ କରିଛନ୍ତି, ସେପର୍ଯ୍ୟନ୍ତ ଅର୍ନିଦ୍ଧିଷ୍ଟ କାଳ ପାଇଁ କଲମ ଛାଡ଼ ଆନ୍ଦୋଳନ ଜାରି ରହିବ ବୋଲି ସଞ୍ଜୟ ପ୍ରଧାନ, ମନୋରଞ୍ଜନ ବେହେରା, ଭୁବନାନନ୍ଦ ସାହୁ, ସୀତାକାନ୍ତ ରାଉତ, ଦିଲୀପ ସାହୁ , ଶ୍ରୀକାନ୍ତ ବାଘ, ଅଶୋକ ମନ୍ତ୍ରୀ , ସ୍ବର୍ଣ୍ଣଲତା ରାଉତ, ପ୍ରିୟମ୍ବଦା ଚୌଧୁରୀ, ଗିରିଶ ଖଟୁଆ ପ୍ରମୁଖ ଦାବି କରିଛନ୍ତି ।