କଣ୍ଟାମାଳ,୨୩।୯( ଆଦିତ୍ୟଶ୍ୱେର ମିଶ୍ର): ବୌଦ୍ଧ ଜିଲା ମାନମୁଣ୍ଡାକୁ ଏନଏସି ଘୋଷଣା ଦାବିରେ ମଙ୍ଗଳବାର ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି। ନିର୍ବାଚନ ପୂର୍ବରୁ ମାନମୁଣ୍ଡାକୁ ସରକାର ଏନଏସି ଘୋଷଣା କରିଥିଲେ। କିନ୍ତୁ ନିର୍ବାଚନ ପରେ ବର୍ତ୍ତମାନର ରାଜ୍ୟର ଅନେକ ସ୍ଥାନକୁ ଏନଏସି ଘୋଷଣା କରିଥିବାବେକେ ମାନମୁଣ୍ଡା ବାଦ ପଡ଼ିଛି। ଏ ନେଇ ମାନମୁଣ୍ଡା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏନଏସି ଘୋଷଣା ଦାବିରେ ୧୨ ଘଣ୍ଟିଆ ବନ୍ଦ କରାଯାଇଛି। ବନ୍ଦ ଫଳରେ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଠପ୍ ହୋଇଛି । ଏହାସହ ଦୋକାନ ବଜ଼ାର ସହ ସରକାରୀ କାର୍ଯ୍ୟାଳୟ ବନ୍ଦ ହୋଇପଡ଼ିଛି।