ତିଆରିଗାଁକୁ ନୂତନ ପଞ୍ଚାୟତ କରାଯିବାକୁ ଦାବି: ଜିଲାପାଳଙ୍କ ଦ୍ୱାରସ୍ଥ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧୩ ।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦୁର୍ଗମ କାଟିଙ୍ଗିଆ ପଞ୍ଚାୟତର ତିଆରିଗାଁକୁ ନୂତନ ପଞ୍ଚାୟତ କରାଯିବା ପାଇଁ ଅଞ୍ଚଳବାସୀଙ୍କ ଦାବି ଉଠିଛି।ଏନେଇ ଗାଁ ରେ ବୈଠକ ବସିବା ପରେ ନୂତନ ପଞ୍ଚାୟତ ସ୍ଥାପନ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା ପାଇଁ ନିଷ୍ପତି ନିଆଯାଇଛି। ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣଙ୍କ ନିକଟରେ ଅଭିଯୋଗ କରିବାକୁ ଏକ ପ୍ରତିନିଧି ଦଳ ଫୁଲବାଣୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିବା ପୂର୍ବତନ ସରପଞ୍ଚ କପିଳାସ ମଲିକ କହିଛନ୍ତି।

ସେ କହିଛନ୍ତି ଯେ, ତିଆରିଗାଁ ଅବହେଳିତ ହୋଇରହିଛି ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ନିକଟରେ ସୁବିଧାରେ ପହଞ୍ଚିବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଖୋଲାଯିବା ନିହାତି ଜରୁରୀ। ତିଆରି ଗାଁଠାରୁ ୭ କିମି ଦୂର ପର୍ଯ୍ୟନ୍ତ ମୋବାଇଲ ନେଟୱାର୍କ ନାହିଁ। ତେଣୁ ବିଏସଏନଏଲ ଏବଂ ଜିଓ ନେଟୱାର୍କ ଉକ୍ତ ଅଞ୍ଚଳରେ ଯୋଗାଇଦେଲେ ଅଞ୍ଚଳରେ ଅନେକ ସୁବିଧା ପାଇପାରିବେ। ଆଜିକାଲି ସ୍ମାର୍ଟ ଯୁଗରେ ଅନଲାଇନ ରେ ସମସ୍ତ କାର୍ଯ୍ୟ ହେଉଛି ସରକାରୀ ଯୋଜନା ଗୁଡିକ ଅନଲାଇନରେ ଆବେଦନ ବ୍ୟାଙ୍କରେ ଅନଲାଇନ ନେଣଦେଣ ସହ ପିଲାଙ୍କ ପାଠପଢାରେ ସୁବିଧା ହେବ ବୋଲି ସେମାନେ ଦାବି ଜଣାଇଛନ୍ତି।

 

Dharitri – Odisha’s No.1 Odia Daily