କେସିଙ୍ଗାରୁ ଭୁବନେଶ୍ୱରକୁ ଟ୍ରେନ ଚଳାଚଳ ପାଇଁ ଜିଏମଙ୍କ ନିକଟରେ ଦାବି

କେସିଙ୍ଗା,୯।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ସହର ହେଉଛି ଜିଲାର ମୁଖ୍ୟ ଦ୍ୱାର। ଏହି ସହରରେ ପୁରାତନ ରେଲୱେ ଷ୍ଟେଶନ ରହିଛି। ଏହି ଷ୍ଟେଶନରୁ ଯାତ୍ରୀ ମାନେ ଦିଲ୍ଲୀ, ମୁମ୍ବାଇ, ଗୁଜରାଟ, ବିଶାଖାପାଟଣା, ଚେନ୍ନାଇ ଭଳି ଦୂର ଜାଗାକୁ ଯାତ୍ରା କରୁଛନ୍ତି। କିନ୍ତୁ କେସିଙ୍ଗାରୁ ଭୁବନେଶ୍ବର କିମ୍ବା କଟକ,ପୁରୀ ଯିବା ପାଇଁ କୌଣସି ସିଧା ଟ୍ରେନ ନ ଥିବାରୁ ଯାତ୍ରୀ ମାନେ ଟିଟିଲାଗଡରେଲୱେ ଷ୍ଟେଶନ କୁ ଯାଇ ଟ୍ରେନ ଯୋଗେ ଯାଇଥାନ୍ତି। ଖରା,ବର୍ଷାରେ ବୟସ୍କ, ବିକଳାଙ୍ଗ ଯାତ୍ରୀ ମାନେ ବହୁ କଷ୍ଟରେ ଟିଟିଲାଗଡ ରେଲୱେ ଷ୍ଟେଶନକୁ ଯାଇ ସେଠୁ ଅନ୍ୟ ଟ୍ରେନ ଧରିଥାନ୍ତି। ଏହି ସମସ୍ୟାକୁ ଦୂର କରିବା ପାଇଁ ଜେଡ ଆର ୟୁ ସି ସି ସଦସ୍ୟ ପୂର୍ବତଟ ରେଲୱେ ଭୁବନେଶ୍ୱର ତଥା କେସିଙ୍ଗା ସିଟିଜେନ ଫୋରମର ସଭାପତି ଡା.ହେମସାଗର ସାହା ଭୁବନେଶ୍ୱରରେ ଅନୁଷ୍ଠିତ ଏକ ବୈଠକରେ ଜିଏମ ପରମେଶ୍ବର ଫୁଙ୍କାଲାଙ୍କୁ ଗତ ଫେବୃଆରୀ ୨୬ରେ ଅନୁଷ୍ଠିତ ବୈଠକରେ ଉପସ୍ଥାପନ କରିଥିଲେ। ଏହା ସହ କେସିଙ୍ଗା ରେଲୱେ ଷ୍ଟେଶନର ୪ନମ୍ବର ପ୍ଲାଟ ଫର୍ମରେ ଡାଉନ ଟ୍ରେନ ଚଳାଚଳ କରିବା ସହ ନର୍ଲା ରୋଡ଼ ଷ୍ଟେଶନରେ ସମତା ଏକ୍ସପ୍ରେସ ଟ୍ରେନ ରହଣି ପାଇଁ ଦାବି କରିଛନ୍ତି। ଏହାର ସମାଧାନ କରାଯିବ ବୋଲି ଜିଏମ ପ୍ରତିଶ୍ରୁତି ଦେଇଥିବା ସଭାପତି ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Share