ପଦ୍ମପୁର,୧୮ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ପଞ୍ଚାୟତ ଢୋଲବନ୍ଧ ଓ ପାଖ ଅଞ୍ଚଳରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଢୋଲବନ୍ଧର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସମେତ ଶତାଧିକ ଗ୍ରାମବାସୀ ପଦ୍ମପୁର ଉପଜିଲାପାଳ ଅରୁଗୁଲା ସ୍ନେହାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ପୂର୍ବରୁ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ମହିଳାମାନେ ଗାଁରେ ମଦ ବିକ୍ରି ବନ୍ଦ ଡାକରା ଦେଇଥିଲେ। ସ୍କୁଲ ଛାତ୍ରୀଛାତ୍ର ଓ ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ମଦ ବିକ୍ରି ବନ୍ଦ କରିବାକୁ ଉପଜିଲାପାଳ ସ୍ନେହାଙ୍କୁ ନିବେଦନ କରିଛନ୍ତି। ଏ ସଂକ୍ରାନ୍ତରେ ପୋଲିସକୁ ମଧ୍ୟ ଜଣାଇଛନ୍ତି। ନିଶା ଦ୍ୱାରା ନାବାଳକ, ଯୁବ ଗୋଷ୍ଠୀ ପଥଭ୍ରଷ୍ଟ ହୋଇ ଅନେକ ଅସାମାଜିକ କାମ କରୁଛନ୍ତି। ଏପରିକି ଗାଁରେ ଅଶାନ୍ତି ପରିବେଶ ସୃଷ୍ଟି ହେଉଛି। ଲୋକେ ଶାରୀରିକ, ମାନସିକ, ଆର୍ଥିକ ଶୋଷଣର ଶିକାର ହେଉଛନ୍ତି। ତେଣୁ ମଦ ବନ୍ଦ କରିବା ପାଇଁ ମହିଳାମାନେ ଦାବି କରିଛନ୍ତି।