ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପ୍ରଦାନ କରାଯାଇଛି। ଏନେଇ ଏକ ଶୋଭାଯାତ୍ରା ଉପଜିଲାପାଳ କାର୍ଯ୍ୟାଳୟକୁ ଯାଇଥିଲା। ଏଥିରେ ଉଲ୍ଲେଖ ରହିଛି ଯେ, ବାରଖମା ପଞ୍ଚାୟତ ଓ ସିନ୍ଦ୍ରିଗାଁ ପଞ୍ଚାୟତର ଅନେକ ଗ୍ରାମ ବଣପାହାଡ଼ ଓ ନଦୀନାଳରେ ଅଙ୍କାବଙ୍କା ଘାଟି ରାସ୍ତା ରହିଛି। ପ୍ରାୟ ୫କିମି ଦୂରତା ରାସ୍ତାରୁ ଘାଟି, ବଣପାହାଡ଼ ନଦୀନାଳ ଦେଇ ହିତାଧିକାରୀ ଭତ୍ତା, ପିଡିଏସ ଚାଉଳ ଇତ୍ୟାଦି ପାଇଁ ପଞ୍ଚାୟତକୁ ଆସିଥାନ୍ତି। ରାସ୍ତାଘାଟ ଓ ନେଟୱାର୍କ ନାହିଁ ା ପଞ୍ଚାୟତର ଉନ୍ନତି ନିମନ୍ତେ ଆସିଥିବା ଅନୁଦାନ ରାସ୍ତାଘାଟ, ପାନୀୟଜଳ ସୁବିଧା ନେଟୱାର୍କ ସୁବିଧା ଓ ବିଭିନ୍ନ କାର୍ଯ୍ୟର ବିକାଶ ହୋଇପାରୁନାହିଁ। ସରକାରଙ୍କ ବିଭିନ୍ନ ଯୋଜନା ଓ ଗାଁ ଗାଁରେ ବିକାଶ ଏବଂ ଜନସାଧାରଣ ଅତି ନିକଟରେ ନିଜ ଦୁଃଖ ଜଣାଇବା ପାଇଁ ନୂତନ ପଞ୍ଚାୟତ ଗଠନ ହେବ। ତେବେ ଲୋକମାନେ ନିଜର ସମସ୍ତ ଦୁଃଖ ଜଣାଇପାରନ୍ତେ।

Dharitri – Odisha’s No.1 Odia Daily

Share