ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ ଗୁରୁବାର ଆରମ୍ଭ ହୋଇ ଶୁକ୍ରବାର ସମ୍ପନ୍ନ ହୋଇଯାଇଛି। ଗୁରୁବାର ଭୋରରୁ ପୂଜା ଆରମ୍ଭ ହୋଇ ଶୁକ୍ରବାର ପର୍ଯ୍ୟନ୍ତ ମାଁ ଦୁର୍ଗେଇ ଦେବୀଙ୍କ ବାର୍ଷିକ ପୂଜାନୋତ୍ସବ ଅନୁଷ୍ଠିତ ହୋଇଥିଲା।
ପୁରାତନ ପରମ୍ପରା ଅନୁସାରେ ମାର୍ଗଶିର ପୂର୍ଣ୍ଣିମା ତିଥିରେ ଗୁରୁବାର ଭୋରରୁ ଦେହେରୀ ସୁବାସ ମଲ୍ଲିକଙ୍କ ଘରୁ ମାଁଙ୍କ ସାଜସଜ୍ଜା ତଥା ଦେବୀଙ୍କ ବସ୍ତ୍ର, ଖଣ୍ଡା ପାଟ ଶାଢ଼ି, ଅଳଙ୍କାର ପୂଜାର୍ଚ୍ଚନା ସହ ଆବାହନ ନିମନ୍ତ୍ରଣ କରାଯାଇଥିଲା। ପରେ ବଜାଗଜା ଘଣ୍ଟ ଶଙ୍ଖ ସହ ଶୋଭାଯାତ୍ରାରେ ବାହାରି ସାଢ଼େ ୩ କିଲୋମିଟର ପାହାଡ଼ ରାସ୍ତା ଉପରେ ଚାଲିଚାଲି ମାଁଙ୍କ ପୀଠସ୍ଥଳୀରେ ଝାଙ୍କରଙ୍କ ସହ ଅନ୍ୟ ପୂଜକମାନେ ପହଞ୍ଚତ୍ଥିଲେ। ପହଞ୍ଚତ୍ବା ପରେ ସେଠାରେ ସକାଳ ୮ଟାରେ ମାଁ ଦୁର୍ଗେଇଦେବୀଙ୍କ ସହ ପାର୍ଶ୍ୱ ଦେବଦେବୀଙ୍କର ଶୁକ୍ଳପୂଜା ସହ ପୂଜା ସମାପନ କରାଯାଇଥିଲା। ଚଳିତ ବର୍ଷ ଅନେକ ମହିଳା ପୁରୁଷ ମାନସିକ ପୂରଣ ପାଇଁ ଆସିଥିବା ବେଳେ ମାନସିକ ପୂରଣ ହୋଇଥିବା ସ୍ବାମୀସ୍ତ୍ରୀ ଦମ୍ପତି ଆସି ପୂଜାପାଠ କରିଥିଲେ। ପୂଜାର୍ଚ୍ଚନା ସମାପ୍ତି ପରେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା କୋଶଳୀ ହାସ୍ୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ହାସ୍ୟ କବି ଲଳିତ ବିଗଙ୍କ ସମେତ ଅନେକ କବିଗଣ ନିଜ ସ୍ବରଚିତ କବିତା ଆବୃତ୍ତି କରିଥିଲେ। ମାଁଙ୍କ ବାର୍ଷିକ ପୂଜାନୋତ୍ସବରେ ପାଇକମାଳ, ପଦ୍ମପୁର, ଝାରବନ୍ଧ,ବରଗଡ଼, ସମ୍ବଲପୁର, ନୂଆପଡ଼ା, ପାଟଣାଗଡ଼, କୋମନା ସହ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରୁ ବହୁ ଭକ୍ତମାନଙ୍କ ସମାଗମ ହୋଇଥିଲା। ମାଁ ଦୁର୍ଗେଇଦେବୀଙ୍କ ପୀଠକୁ ବିଦ୍ୟୁତ୍‌ କରଣ କରାଯିବା ସହ ଏଠାକୁ ୩କି.ମି. ରାସ୍ତା ପାହାଚ ନିର୍ମାଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି। ସରକାର ଦୃଷ୍ଟିଦେଇ ମା’ଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଦାବି କରାଯାଉଛି। ପୂଜକ ସୁବାସ ମଲ୍ଳିକ, ଅନିରୁଦ୍ଧ ମଲ୍ଳିକ, ସଚ୍ଚିଦାନନ୍ଦ ମଲ୍ଳିକ, ତ୍ରିନାଥ ମଲ୍ଳିକ, ପ୍ରଦୀପ ମଲ୍ଲିକ, ଦେହୁରୀ ରଣଜିତ ମଲ୍ଲିକ,ସୁବାଚନ ମଲ୍ଲିକ,ବିଶିକେଶନ ମଲ୍ଳିକ, ଦୁର୍ଗେଇଦେବୀ ପୂଜା ପରିଚାଳନା କମିଟି ସଭାପତି ମଧୁସୂଦନ ପାଣ୍ଡେ, ଉପ ସଭାପତି ପୂର୍ଣ୍ଣ ଚନ୍ଦ୍ରଭୋଇ, ସମ୍ପାଦକ ବେଣୁଧର ମଲ୍ଳିକ, ସହ ସମ୍ପାଦକ ତ୍ରିନାଥ ମଲ୍ଳିକ, କୋଷାଧ୍ୟକ୍ଷ ହିରଣ୍ୟ ମଲ୍ଳିକ, ମନଭଙ୍ଗ ଗୌନ୍ତିଆ ଅନନ୍ତରାମ ଭୋଇ, ମିଠାପାଲି ପୂର୍ବତନ ସରପଞ୍ଚ ଶ୍ରୀ ପାନାଲାଲ ସେଠ ପ୍ରମୁଖ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily