Categories: HomeHome Left

ଋଷିକୂଲ୍ୟା ମୁହାଣ ଖନନ କାର୍ଯ୍ୟ ସହ ସ୍ଥାୟୀ କାର୍ଯ୍ୟକ୍ଷମ ଦାବି

ଛତ୍ରପୁର,୧୯ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଋଷିକୁଲ୍ୟା ମୁହାଣ ଖନନ କାର୍ଯ୍ୟ ସହ ସ୍ଥାୟୀ କାର୍ଯ୍ୟକ୍ଷମ ନିମନ୍ତେ ୧୧ ଖଣ୍ଡ ଗ୍ରାମର ମତ୍ସ୍ୟଜୀବୀମାନେ ଦାବି କରିଛନ୍ତି। ଗଞ୍ଜାମ ଜିଲା ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଧୀନ ପ୍ରୟାଗୀ, କଲରାବାଡ଼ି, ସିଦ୍ଧାନ୍ତନଗର, ପୋଡମପେଟା, କଣ୍ଟିଆଗଡ଼, ଗୋଖରକୁଦା, ପୁରୁଣାବନ୍ଧ, ସାନନୋଳିଆ ନୂଆଗାଁ, ବଡ଼ନୋଳିଆ ନୂଆଗାଁ, ଦାମଦୋରପୁର ଓ କାଇଁଚପୁର ଆଦି ୧୧ ଖଣ୍ଡ ଗ୍ରାମର ନୋଳିଆ ଓ କେଉଟ ଶ୍ରେଣୀ ମତ୍ସ୍ୟଜୀବୀ ଉକ୍ତ ମୁହାଣ ଉପରେ ନିର୍ଭରଶୀଳ। ବର୍ତ୍ତମାନ ଉକ୍ତ ମୁହାଣଟି ଢିପ ହୋଇ ପୋତି ହେବାକୁ ଗଲାଣି। ସମୁଦ୍ର ଜୁଆର ହେଲେ ପାଣି ଋଷିକୁଲ୍ୟା ନଦୀ ମଧ୍ୟରୁ ସଠିକ୍‌ ମାଡୁନାହିଁ। ଫଳରେ ସମୁଦ୍ରରୁ ନଦୀ ମଧ୍ୟରେ ମାଛ ପ୍ରବେଶ କରିବାରେ ଅନ୍ତରାୟ ଘଟୁଛି। ଏଠାରେ ପ୍ରତିବର୍ଷ ସାମୁଦ୍ରିକ ମତ୍ସ୍ୟଜୀବୀ ଋଷିକୁଲ୍ୟା ନଦୀ ତଟରେ ପ୍ରାୟ ମୃତ୍ୟୁବରଣ କରୁଛନ୍ତି। ବର୍ତ୍ତମାନ ମୁହାଣ ଦେଇ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯିବାରେ ଅସୁବିଧା ହେଉଛି। ଯଦ୍ୱାରା ମତ୍ସ୍ୟଜୀବୀଙ୍କ ଜୀବିକା ଧାରଣାରେ ବହୁତ ଅସୁବିଧା ସୃଷ୍ଟି ହେଉଛି ଓ ପରିବାର ପ୍ରତିପୋଷଣରେ ଅଭାବ ପରିଲିକ୍ଷିତ ହେବାରୁ କିଛି ମତ୍ସ୍ୟଜୀବୀମାନେ ଗୋଆ ଓ ତାମିଲନାଡୁକୁ ମାଛ ମାରିବାକୁ ଶ୍ରମିକ ଭାବେ ଯାଇ କାମ କରୁଛନ୍ତି। ଆଜି ପର୍ଯ୍ୟନ୍ତ କୌଣସି ମତ୍ସ୍ୟଜୀବୀ ଧୀବର ଶ୍ରେଣୀ ହଠାତ୍‌ ମାଛ ଧରିବାକୁ ଯାଇ ଦୁର୍ବିପାକର ସମ୍ମୁଖୀନ ହୋଇ ମୃତ୍ୟୁ ଘଟିଲେ କିଛି ହେଲେ ସରକାରୀ ସ୍ତରରେ ଅନୁକମ୍ପା ସହାୟତା ରାଶି ମିଳୁନାହିଁ । ଏଥିପ୍ରତି ସରକାରଙ୍କ ଦୃଷ୍ଟି ଦେଇ ମୁହାଣ ଖନନ କାର୍ଯ୍ୟ ସହିତ ସ୍ଥାୟୀ ମୁହାଣ ପାଇଁ ବିହିତ ବ୍ୟବସ୍ଥା କରାଯିବାକୁ ଅତିରିକ୍ତ ଜିଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟିଙ୍କୁ ୧୧ ଖଣ୍ଡ ଗ୍ରାମର ମତ୍ସ୍ୟଜୀବୀମାନେ ନିବେଦନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ଏନ୍‌.ଆପେୟା, ଏ.କାଲେୟା, ଏ.ସନ୍ନ୍ୟାସୀ, ପି.ତାତାଲୁ, ଏ.ଗୁରେୟା, ପି.କାମେୟା, ଡବ୍ଲୁ. ଦାନେୟା ଓ ଡି.ମୁକୁଡୁ ସମେତ ବହୁ ମତ୍ସ୍ୟଜୀବୀ ଉପସ୍ଥିତ ଥିଲେ।