ରିଷିଡ଼ା,୧୨।୧୦(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବକ୍ଲର ବ୍ୟବସାୟକ ପେଣ୍ଠସ୍ଥଳୀ ଭାବେ ପରିଚିତ ରିଷିଡ଼ା। ଏଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ଶାଖା ପ୍ରତିଷ୍ଠା ପାଇଁ ସାଧାରଣରେ ଦାବି ହୋଇଛି। ରିଷିଡ଼ାରେ ଶତାଧିକ ବ୍ୟବସାୟିକ ଦୋକାନ, ପ୍ରାଥମିକଠାରୁ ଡିଗ୍ରୀ କଲେଜ ଯାଏ ଶିକ୍ଷାନୁଷ୍ଠାନ ଥିବା ବେଳେ ଅନେକ ସରକାରୀ କାର୍ଯ୍ୟାଳୟ ରହିଛି। ପୁଣି ରିଷିଡ଼ା ଉପରେ , ଗଜବାହାଲ, ଭାଲୁପିଆ, ତେରେସିଂହା,ପୌରକେରା, ଧଅଁରାଖମନ, ଖରଝୁରା, ଅବୁଜବାହାଲ ,ରାଜପୁର,ମ.ରାମପୁର ବ୍ଲକର ଗୋଚ୍ଛାଡେଙ୍ଗେନ ଆଦି ପଞ୍ଚାୟତ ଲୋକେ ନିର୍ଭର କରିଥାନ୍ତି। ରିଷିଡ଼ା ଅଞ୍ଚଳର ବହୁ ଲୋକଙ୍କ ଏସବିଆଇ ପାସବୁକ ମଧ୍ୟ ରହିଛି। ଏହି ଅଞ୍ଚଳର ଲୋକେ ଏସବିଆଇ ଶାଖା ଉପରେ ନିର୍ଭର କରୁଥିବା ବେଳେ ସେଠାରୁ ଟଙ୍କାଧରି ଆସୁଥିବା ବେଳେ ସୁରକ୍ଷିତ ମଣୁନାହାନ୍ତି। ଅନେକ ସମୟରେ ବାଟରେ ଡକାୟତି ହେଇଥିବା ଦେଖାଯାଉଛି। ପୌରକେରା,ଗଜବାହାଲ ପଞ୍ଚୟାତ ଠାରୁ କର୍ଲାମୁଣ୍ଡା ବହୁ ଦୂର ହେଉଥିବା ମଧ୍ୟ ଦେଖାଯାଇଛି। ସେମାନଙ୍କ ପାଇଁ ରିଷିଡ଼ା ନିକଟ ହୋଇଥିବାରୁ ଏସବିଆଇ ଶାଖା ଖୋଲାଗଲେ ଅଞ୍ଚଳର ଶହଶହ ହିତାଧିକାରୀ ଉପକୃତ ହୋଇପାରନ୍ତେ ବୋଳଇ ଦାବି କରାଯାଇଛି।
Dharitri – Odisha’s No.1 Odia Daily