ବାଂଲାଦେଶରେ ହଇଚଇ: ୟୁନୁସ୍‌ଙ୍କୁ ଅଲ୍ଟିମେଟମ୍‌ ଦେଲେ ଆନ୍ଦୋଳନକାରୀ, ଯଦି ଏପରି ନ ହୁଏ…

ଢାକା,୧୭।୨: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପୁଣି ଥରେ ବୃଦ୍ଧି ପାଇଛି। ଶେଖ ହାସିନାଙ୍କୁ କ୍ଷମତାରୁ ବାହାର କରିଥିବା ଛାତ୍ର ପ୍ରତିବାଦକାରୀମାନେ ପୁଣିଥରେ ହିଂସାତ୍ମକ ହେବାର ସଙ୍କେତ ଦେଖାଉଛନ୍ତି। ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଉପରେ ବିଏନପି ଏବଂ ଛାତ୍ର ଆନ୍ଦୋଳନ ସହିତ ଜଡିତ ନେତାମାନେ ନିର୍ବାଚନ ସ୍ଥଗିତ ରଖିବା ପାଇଁ ଅଭିଯୋଗ କରୁଛନ୍ତି।

ବିଏନପି ମହାସଚିବ ରୁହୁଲ କବୀର ରିଜାଭି କହିଛନ୍ତି, ୟୁନୁସ୍‌ ସରକାର ଜାଣିଶୁଣି ନିର୍ବାଚନକୁ ଏଡାଇ ଯାଉଛନ୍ତି। ଏହା ଗଣତନ୍ତ୍ର ବିରୋଧରେ ଏକ ଷଡ଼ଯନ୍ତ୍ର। ଏହି ସମୟରେ ଛାତ୍ର ଆନ୍ଦୋଳନ ସହିତ ଜଡିତ ଦଳ ୟୁନୁସ୍‌ ସରକାରଙ୍କୁ ଚେତାବନୀ ଦେଇଛି ଯେ ଯଦି ଶୀଘ୍ର ନିର୍ବାଚନ ଘୋଷଣା କରାନଯାଏ, ତେବେ ରାସ୍ତାରେ ଏକ ବିଶାଳ ପ୍ରତିବାଦ କରାଯିବ।