ଖଡ଼ିଆଳ,୨୧ା୧୦ (ସୁଜିତ କୁମାର ପ୍ରଧାନ)
ନୂଆପଡ଼ା ଜିଲା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ୍ ୱେ ସହ ଏନ୍ଏଚ୍ ୩୫୩କୁ ତିଖାଲି ପ୍ରକଳ୍ପର ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଏକ ସଂଯୋଗୀକରଣ ରାସ୍ତା ନିର୍ମାଣ କରିବାକୁ ଦାବି ହେଉଛି। ଏହା ହେଲେ ଜିଲାର ୫ ଗୋଟି ବ୍ଲକ୍କୁ ଗମନାଗମନ କ୍ଷେତ୍ରରେ ଉନ୍ନତି ଘଟିବ ବୋଲି ମତପ୍ରକାଶ ପାଇଛି। ପୂର୍ବରୁ ତିଖାଲି ଗ୍ରାମ ଦେଇ ଅନେକ ସ୍ଥାନରେ କଂକ୍ରିଟ ସଡ଼କ ନିର୍ମାଣ ହୋଇଛି। ସଂଯୋଗୀକରଣ ରାସ୍ତା ହେଲେ ତାହା ଖଡ଼ିଆଳ ଡାହାଣ କେନାଲ ଦେଇ ହୁଡ଼ା ପାଖରେ ବିଜୁ ଏକ୍ସପ୍ରେସ୍କୁ ସଂଯୋଗ କରିବ। ଏହାଦ୍ୱାରା ଉପକାଗଙ୍ଗା, ଝରଣାମାଲ ଏବଂ ସୁନାବେଡ଼ା, ଖୋଲିଭିତର, ନାଗପଡ଼ା, ଭୁଇପାଣି, ଛୁଇଁପାଣି ଗ୍ରାମର ଲୋକେ ଉପକୃତ ହୋଇପାରିବେ। ଜିଲା ପ୍ରଶାସନ ଏ ଦିଗରେ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।