କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଥିବା ବିଭିନ୍ନ ପ୍ରାଥମିକ ସ୍କୁଲଠାରୁ ହାଇ ସ୍କୁଲ ଯାଏ ବିଭିନ୍ନ ସ୍କୁଲରେ ଛାତ୍ରୀଛାତ୍ର ନିର୍ଯାତନାର ଶିକାର ହେଉଛନ୍ତି। ଶିକ୍ଷାକ୍ଷେତ୍ରରେ ସମସ୍ୟା ଦେଖା ଯାଉଛି। ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କେସିଙ୍ଗା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଭାଜପା କର୍ମୀଙ୍କ ମଧ୍ୟରେ ଉତ୍ସାହ ସହ ତପ୍ତର ଦେଖାଦେଉଛି। ଏଥିପାଇଁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାର ଶିକ୍ଷାଦାନ ପାଇଁ ନୂତନ ପ୍ରଣାଳୀରେ ଶିକ୍ଷାଦାନ ଦେବା ପାଇଁ ଯୋଜନା କରିବାକୁ ନିଷ୍ପତ୍ତି ନିଆଯାଇଛି। ସମଗ୍ର କେସିଙ୍ଗା ବ୍ଲକରେ ପ୍ରଥମରୁ ପଞ୍ଚମ ଯାଏ ୮୯ ସ୍କୁଲରେ ପ୍ରାୟ ୭ହଜାର ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେହିପରି ପ୍ରଥମରୁ ଅଷ୍ଟମ ଯାଏ ୩୬ଟି ସ୍କୁଲରେ ୧୩ ହଜାର ୩୦୦ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ୩୨ଟି ହାଇସ୍କୁଲରେ ପ୍ରାୟ ୪ ହଜାର ପିଲା ପାଠ ପଢୁଛନ୍ତି। ଏହି ସବୁ ସ୍କୁଲରେ ଶିକ୍ଷାଦାନ ପାଇଁ ୪୬୫ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ ରାଜ୍ୟ ସରକାର ଗ୍ରୀଷ୍ମପ୍ରବାହ ପ୍ରବାହକୁ ଛାତ୍ରୀଛାତ୍ର କିପରି ରକ୍ଷା ପାଇବେ ତାହାକୁ ଦୃଷ୍ଟି ରଖି ସକାଳୁଆ ସ୍କୁଲ ଖୋଲିବା ପାଇଁ ନିମ୍ନ ମତେ ସମୟ ସାରଣୀ ନିର୍ଦ୍ଧାରିତ କରିଛନ୍ତି। ସକାଳ ୬.୩୦ ମିନିଟ୍ରେ ସ୍କୁଲ ଖୋଲିବ ଓ ୧୦.୩୦ମିରେ ସ୍କୁଲ ବନ୍ଦ ରହିବା ପାଇଁ ଘୋଷଣା କରିଛନ୍ତି। କିନ୍ତୁ ବହୁ ଶିକ୍ଷୟିତ୍ରୀଚ ସକାଳ ୮ଟାରେ ସ୍କୁଲ ଯାଉଥିବାର ଦେଖିବାକୁ ମିଳୁଛି।
କେତେକ ସ୍କୁଲରେ ପ୍ରଧାନଶିକ୍ଷକ ଛାତ୍ରୀଛାତ୍ରଙ୍କୁ ରୋଷେୟା କାମରେ ନିୟୋଜିତ କରୁଛନ୍ତି ତ କେତେକ ସ୍କୁଲରେ ଦଶମ ଶ୍ରେଣୀର ପିଲାଙ୍କୁ ସ୍କୁଲର ବିଭିନ୍ନ କାମରେ ନିୟୋଜିତ କାରାଉଛନ୍ତି। ବହୁ ସ୍କୁଲରେ ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ସକାଳ ୮ଟା ରେ ମଧ୍ୟ ସ୍କୁଲ ଯାଉଛନ୍ତି। ଯାହାଫଳରେ ଶିକ୍ଷାଦାନ କ୍ଷେତ୍ରରେ ଘୋର ସମସ୍ୟା ଦେଖା ଯାଉଛି। ଛାତ୍ରୀଛାତ୍ରଙ୍କୁ ମେନୁ ଅନୁସାରେ ମଧ୍ୟାହ୍ନଭୋଜନ ଦିଆ ଯାଉନାହିଁ। ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଛି। ବହୁ ସ୍କୁଲରେ ଶୌଚାଳୟ ସଫା କରା ଯାଉ ନ ଥିବାରୁ ଦୁର୍ଗନ୍ଧ ହେଉଛି। ପାନୀୟଜଳ ର ସମସ୍ୟା ରହୁଛି। ରୋଷେଇ ସାମଗ୍ରୀର ଅଭାବ ମଧ୍ୟ ରହୁଛି। ଏହି ସବୁ ସମସ୍ୟାକୁ ତଦନ୍ତ କରିବା ପାଇଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବଂ ସିଆରସିଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ କେତେକ ସିଆରସି ନିଜ ଘରୋଇ କାମରେ ରହି ସ୍କୁଲ ପରିଦର୍ଶନ କରୁ ନାହାନ୍ତି। କେତେକ ସିଆରସି ନିର୍ଦ୍ଧାରିତ ସମୟରେ ସ୍କୁଲ ପରିଦର୍ଶନ କରୁ ନାହାନ୍ତି। ଯାହାଫଳରେ ଏହି ସମସ୍ୟା ଦେଖା ଯାଉଛି। ଆଶ୍ରମଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନରେ ମେନୁ ହିସାବରେ ଖାଦ୍ୟ ଦିଆ ଯାଉ ନାହିଁ। ଏଥିପାଇଁ ରାଜ୍ୟ ସରକାରଙ୍କ ଗଣ ଶିକ୍ଷାମନ୍ତ୍ରୀ କେସିଙ୍ଗାକୁ ପରିଦର୍ଶନରେ ଆସୁଥିବାରୁ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବା ପାଇଁ ଜନସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ କେସିଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀ ଆନନ୍ଦ କୁମାର ବେହେରାଙ୍କୁ ପଚାରିବାରୁ ଯେଉଁ ସ୍କୁଲରେ ଅବ୍ୟସ୍ଥା ରହିଛି,କିମ୍ବା ଯେଉଁ ସିଆରସି ଠିକ୍ ଟାଇମରେ ସ୍କୁଲ ପରିଦର୍ଶନ ନ କରିବେ ,ଯେଉଁ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ କାମରେରେ ନିୟୋଜିତ କାରାଉଛନ୍ତ ସେହି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।