ଅଭିନୟକୁ ଅଲବିଦା କହିଲେ ଏହି ଚର୍ଚ୍ଚିତ ଅଭିନେତା

ଅଭିନେତା ଅମିର ଖାନଙ୍କ ଭଣଜା ଏବଂ ଡେଲି ବେଲିଙ୍କ ଭଳି ଚଳଚ୍ଚିତ୍ରରେ କାମ କରିଥିବା ଇମ୍ରାନ ଖାନ ଅଭିନୟ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ସମୟ ଧରି ବଡ ପରଦାରୁ ଦୂରେଇ ରହୁୁଥିବା ଇମ୍ରାନ ଏବେ ଅଭିନୟକୁ ଅଲବିଦା କହିଛନ୍ତି। ଇମ୍ରାନଙ୍କ ଅନ୍ତରଙ୍ଗ ବନ୍ଧୁ ତଥା ଅଭିନେତା ଅକ୍ଷୟ ଓବରୟ ଏନେଇ ସୂଚନା ଦେଇଛନ୍ତି। ମୁଁ ତାଙ୍କୁ ୧୮ ବର୍ଷରୁ ଜାଣେ। ଆମେ ଭଲ ବନ୍ଧୁ। ସେ ଆଉ ଅଭିନୟ କରିବେ ନାହିଁ ବୋଲି ଅକ୍ଷୟ କହିଛନ୍ତି। ସେ ଅଭିନୟ ଛାଡି ଭବିଷ୍ୟତରେ ନିର୍ଦ୍ଦେଶକ ଭୂମିକାରେ ନଜର ଆସିବେ ବୋଲି ସେ କହିଛନ୍ତି। ଇମ୍ରାନ, ଆଇ ହେଟ୍‌ ଷ୍ଟୋରୀ, ଜାନେ ତୁ ୟା ଜାନେ ନା, ଲକ୍‌, କିଡ୍‌ନାପ୍‌ ଭଳି ହିଟ୍‌ ଫିଲ୍ମରେ ଅଭିନୟ କରିଥିଲେ।