୫ ବର୍ଷର ରେକର୍ଡ ଭାଙ୍ଗିଲା ରାଜଧାନୀର ପ୍ରଦୂଷଣ

ନୂଆଦିଲ୍ଲୀ,୬ ।୧୧: ଦୀପାବଳିରେ ନିୟମ ନ ମାନି ବାଣ ଫୁଟାଇବା ପରେ ଏବେ ଦିଲ୍ଲୀ ଓ ଦିଲ୍ଲୀ ଏନ୍‌ସିଆର୍‌ର ବାୟୁ ପ୍ରଦୂଷିତ ହୋଇଯାଇଛି । ଯାହା ୫ ବର୍ଷର ରେକର୍ଡ ଭାଙ୍ଗିଛି । ଏବେ ରାଜଧାନୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ସବୁ ବର୍ଷଠାରୁ ଅଧିକ ହୋଇଥିବା କୁହାଯାଉଛି । ତେବେ ଶନିବାର ୧୨-୧୫ କିଲୋମିଟର ବେଗରେ ପ୍ରତି ଘଣ୍ଟା ପବନ ବହିବାକୁ ଥିବା ବେଳେ ଏୟାର କ୍ୱାଲିଟିରେ ସାମନ୍ୟ ପରିବର୍ତ୍ତନ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ।