ନୂଆଦିଲ୍ଲୀ,୨୨ା୧: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍)ରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଖରାପ ହେବାରେ ଲାଗିଥିବାବେଳେ ଏଥିରେ ସୁଧାର ଆଣିବା ପାଇଁ କେଉଁସବୁ କାର୍ଯ୍ୟ ଯୋଜନା କରାଯାଇଛି ତାହା ୪ ସପ୍ତାହ ମଧ୍ୟରେ ଦାଖଲ କରିବାକୁ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କୁ ବୁଧବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ସିଜେଆଇ ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠରେ ଶୁଣାଣି ବେଳେ ଅତିରିକ୍ତ ସିଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟି ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଏକ୍ୟୁଆଇ ମ୍ୟାନେଜମେଣ୍ଟ କମିଶନ ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ ଯେ, ଯାନବାହନ ଚଳାଚଳଜନିତ ବାୟୁ ପ୍ରଦୂଷଣ ଦିଲ୍ଲୀ-ଏନ୍ସିଆର୍ରେ ସବୁଠୁ ବିପଜ୍ଜନକ। ଏକ୍ୟୁଆଇରେ ସୁଧାର ଆଣିବା ପାଇଁ ସିଏକ୍ୟୁଏମ୍ ୧୫ଟି ପଦକ୍ଷେପ ସୁପାରିସ କରିଛନ୍ତି।
Dharitri – The Largest & Most Trusted Odia Daily