Woman power in Delhi Assembly: ଇତିହାସ ରଚିଲା ଦିଲ୍ଲୀ ରାଜନୀତି, ଗୃହର ମୁଖ୍ୟ ପଦବୀରେ ଦୁଇ ମହିଳା ହେବେ ମୁହାଁମୁହିଁ

ନୂଆଦିଲ୍ଲୀ,୨୩।୨: ଦିଲ୍ଲୀ ବିଧାନସଭା ଇତିହାସରେ ପ୍ରଥମ ଥର। ବିରୋଧୀ ଦଳର ନେତା ହେବାକୁ ଯାଉଛନ୍ତି ଜଣେ ମହିଳା। ଦେଶର ରାଜନଧାନୀ ଦିଲ୍ଲୀରେ ଶାସକ ଦଳ ଏବଂ ବିରୋଧୀ ଦଳରେ ଦୁଇ ଜଣ ମହିଳା ଶୀର୍ଷ ପଦବୀରେ ରହିବେ। ପ୍ରଥମ ଥର ପାଇଁ ବିଧାନସଭାକୁ ଆସିଥିବା ରେଖା ଗୁପ୍ତାଙ୍କୁ ଭାଜପା ମୁଖ୍ୟମନ୍ତ୍ରୀ କରିଛି, ଅନ୍ୟପଟେ ଆପ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଆପ ନେତା Atishi Marlenaଙ୍କୁ ବିରୋଧୀ ଦଳ ନେତା ଭାବରେ ବାଛିଛି।

Woman power in Delhi Assembly ପାର୍ଟି କାର୍ଯ୍ୟାଳୟରେ ଆପ ବିଧାୟକମାନଙ୍କ ବୈଠକ ପରେ ପାର୍ଟିର ଦିଲ୍ଲୀ ସଂଯୋଜକ ଗୋପାଳ ରାୟ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସମସ୍ତ ବିଧାୟକ ସର୍ବସମ୍ମତିକ୍ରମେ Atishi Marlenaଙ୍କୁ ସେମାନଙ୍କର ନେତା ଭାବରେ ର୍ନିବାଚିତ କରିଛନ୍ତି। ରାୟ କହିଛନ୍ତି ଯେ ଆତିଶୀ ଦିଲ୍ଲୀ ରାଜନୀତିରେ ଜଣେ ବଡ଼ ଚେହେରା। ଏବଂ ଆଶା କରାଯାଉଛି ଯେ ସେ ଦଳର ବିଚାରଧାରା ଏବଂ ରଣନୀତିକୁ ଆଗକୁ ନେବେ।

Woman power in Delhi Assembly ଦିଲ୍ଲୀ ବିଧାନସଭାର ଇତିହାସ ବିଷୟରେ କହିବାକୁ ଗଲେ, ସୱାଧୀନତା ପରେ ପ୍ରଥମ ସରକାର କଂଗ୍ରେସର ଥିଲା ଯେଉଁଥିରେ ଚୌଧୁରୀ ବ୍ରହ୍ମ ପ୍ରକାଶ ମୁଖ୍ୟମନ୍ତ୍ରୀ ହୋଇଥିଲେ, କିନ୍ତୁ କିଛି ମାସ ପରେ ସେ ଇସ୍ତଫା ଦେଇଥିଲେ, ତାଙ୍କ ପରେ ଆଉ ଜଣେ କଂଗ୍ରେସ ବିଧାୟକ ଗୁରୁମୁଖ ନିହାଲ ସିଂହଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା।

Woman power in Delhi Assembly ତାଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ, ଦିଲ୍ଲୀ ବିଧାନସଭା ଭଙ୍ଗ କରାଯାଇଥିଲା ଏବଂ ତା’ପରେ ୧୯୯୩ ମସିହାରେ ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ବିଧାନସଭା ଗଠନ କରାଯାଇଥିଲା। ଯେଉଁଥିରେ ଭାଜପା ସରକାର ୧୯୯୩ ରୁ ୧୯୯୮ ପର୍ଯ୍ୟନ୍ତ କ୍ଷମତାରେ ଥିଲା। ଯେଉଁଥିରେ ଭାଜପା ସୁଷମା ସୱରାଜଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। କିନ୍ତୁ ସେତେବେଳେ ମଧ୍ୟ ବିରୋଧୀ ଦଳ ନେତା ଭାବରେ କୌଣସି ମହିଳା ନ ଥିଲେ। ଶୀଲା ଦୀକ୍ଷିତ ୧୯୯୮ ମସିହାରେ ର୍ନିବାଚନ ଲଢ଼ିଥିଲେ ଏବଂ ତା’ପରେ ସେ ତିନି ଥର ପାଇଁ ଦିଲ୍ଲୀରେ କ୍ଷମତା ସମ୍ଭାଳିଥିଲେ।

କିନ୍ତୁ ଭାରତୀୟ ଜନତା ପାର୍ଟିର କୌଣସି ମହିଳା ବିରୋଧୀ ନେତା ନଥିଲେ। ଏହା ପରେ, ଯେତେବେଳେ AAP 2013, 15 ଏବଂ 20 ରେ କ୍ଷମତାକୁ ଆସିଲା, ଭାଜପା ପକ୍ଷରୁ କୌଣସି ମହିଳାଙ୍କୁ ବିରୋଧୀ ଦଳ ନେତା ଦାୟିତ୍ୱ ଦିଆଯାଇ ନଥିଲା। ଏବେ ପରିସ୍ଥିତି ଏପରି ହୋଇଛି ଯେ ଉଭୟ ପକ୍ଷର ମହିଳାମାନେ ଗୃହର ଗୁରୁତ୍ୱପୂର୍ଣ୍ଣ ପଦବୀରେ ପହଞ୍ଚି ସାରିଛନ୍ତି। ଏବେ ଏହା ଦେଖିବା ଆକର୍ଷଣୀୟ ହେବ ଯେ ଗୃହର କାର୍ଯ୍ୟଧାରାରେ କି ପ୍ରକାରର ପରିବର୍ତ୍ତନ ଦେଖାଯାଉଛି।