Swedish environmental activist Greta Thunberg has declined a major environmental prize, saying that the "climate movement does not need any more awards."
ନୂଆଦିଲ୍ଲୀ,୪।୨: ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ବିଦେଶୀ ସେଲିବ୍ରିଟିଙ୍କ ଟ୍ବିଟ ବର୍ତ୍ତମାନ ଅନ୍ତର୍ଜାତୀୟସ୍ତରରେ ଆଲୋଚନାର ବିଷୟ ହୋଇଛି। ଆମେରିକାର ପପ୍ ଷ୍ଟାର ରିହାନା, ପରିବେଶ କର୍ମୀ ଗ୍ରେଟା ଥନବର୍ଗଙ୍କ ସହ କେତେଜଣ ବିଦେଶୀ ସେଲିବ୍ରିଟି ଭାରତରେ ଅସ୍ଥିରତା ସୃଷ୍ଟି କଲାଭଳି ଟୁଇଟ କରିଥିଲେ। ଏ ନେଇ ପରିବେଶ କର୍ମୀ ଗ୍ରେଟାଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି। ଗ୍ରେଟାଙ୍କ ବିରୋଧରେ ଆଇଟି ଆଇନ ଧାରା ୧୫୩ ଏ, ୧୨୦ବି ଅନୁଯାୟୀ ଏକ ମାମଲା ପଞ୍ଜିକୃତ ହୋଇଛି। ଏସବୁ ବିବାଦ ମଧ୍ୟରେ ଗ୍ରେଟା ଅନ୍ୟ ଏକ ଟୁଇଟ କରିଛନ୍ତି। ସେ ତାଙ୍କ ଦ୍ବିତୀୟ ଟୁଇଟରେ, ଚାଷୀଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ସମର୍ଥନ କରୁଥିବା ଉଲ୍ଲେଖ କରିଛନ୍ତି।