ଦିଲ୍ଲୀ-ମଞ୍ଚେଷ୍ଟର ଇଣ୍ଡିଗୋ ବିମାନ ଅଧାବାଟରୁ ଫେରିଲା

ନୂଆଦିଲ୍ଲୀ,୯ା୩: ଯୁଦ୍ଧକୁ ନେଇ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରି ରହିଥିଲା ବେଳେ ଦିଲ୍ଲୀରୁ ମଞ୍ଚେଷ୍ଟର ଅଭିମୁଖେ ଯାଉଥିବା ଇଣ୍ଡିଗୋ ଏୟାରଲାଇ୍ସର ଏକ ବିମାନ ଅଧାବାଟରୁ ଫେରିଆସିଛି।

ଉତ୍ତେଜନାକୁ ନେଇ ଶେଷ ମୁହୂର୍ତ୍ତରେ ହଠାତ୍‌ ବାୟୁସୀମା କଟକଣା ଜାରି ଯୋଗୁ ବିମାନଟି ଦିଲ୍ଲୀ ଫେରଆସିଥିବା ଏୟାରଲାଇନ୍ସ ପକ୍ଷୁ କୁହାଯାଇଛି। ଫ୍ଲାଇଟ୍‌ ୬ଇ୦୩୩ ଦିଲ୍ଲୀ ଛାଡ଼ିବାର କିଛି ସମୟ ପରେ ଆଗକୁ ଉଡ଼ାଣ ଜାରି ରଖିବାରେ ବିଫଳ ହୋଇ ଫେରିବାକୁ ବାଧ୍ୟ ହୋଇଥିଲା। ମଧ୍ୟପ୍ରାଚ୍ୟରେ ପରିବର୍ତ୍ତିତ ସ୍ଥିତି ଯୋଗୁ କେତେକ ବିମାନକୁ ଭିନ୍ନ ରୁଟ୍‌ରେ କିମ୍ବା ଦୀର୍ଘ ଦୂରତା ଅତିକ୍ରମ କରିବାକୁ ପଡ଼ିପାରେ ବୋଲି ଇଣ୍ଡିଗୋ କହିଛି।

Share