ଲାଲକିଲ୍ଲାରେ ଖଣ୍ଡା ବୁଲାଇଥିବା ବ୍ୟକ୍ତିଙ୍କୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୨।୨: ଦିଲ୍ଲୀର ଲାଲକିଲ୍ଲାରେ ଚଳିତବର୍ଷ ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସା ଘଟଣାରେ ଦିଲ୍ଲୀ ପୋଲିସ ଆଉ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ଦିଲ୍ଲୀର ଜଶପ୍ରୀତ ସିଂହ ବୋଲି ଜଣାପଡିଛି। ହିଂସା ଦିନ ଲାଲକିଲ୍ଲା ଉପରେ ଜଶପ୍ରୀତ ଚଢ଼ି ଖଣ୍ଡା ବୁଲାଇଥିଲେ। ଗତ ସପ୍ତାହରେ ଜଶପ୍ରୀତଙ୍କ ଏକ ଫଟୋ ପୋଲିସ ଜାରି କରିଥିଲା। ସୂଚନାଯୋଗ୍ୟ, ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି ପାଇଁ ସ୍ଥିର ହୋଇଥିବା ରାସ୍ତା ଛାଡ଼ି ଅନ୍ୟ ରାସ୍ତାରେ ଚାଷୀ ପ୍ରବେଶ କରି ଆସିବାକୁ ହିଂସା ସୃଷ୍ଟି ହୋଇଥିଲା। ଏହି ହିଂସାରେ ୪୦୦ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣା ପରେ ପୋଲିସ ଏପରି ହିଂସାକାଣ୍ଡ ଘଟାଇଥିବା ଲୋକଙ୍କୁ ଚିହ୍ନଟ କରି ଗିରଫ କରୁଛି।