ହିରୋ ମୋଟୋକର୍ପ ଚେୟାରମ୍ୟାନ୍‌ଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୧୭।୧୧: ମନି ଲଣ୍ଡରିଂର ଏକ ମାମଲାରେ ଦିଲ୍ଲୀ ହାଇକୋର୍ଟ ହିରୋ ମୋଟୋକର୍ପର ଅଧ୍ୟକ୍ଷ ପଓ୍ବନ କାନ୍ତ ମୁଞ୍ଜଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି। ଏହି ମାମଲାର ତଦନ୍ତ ଇଡି ପକ୍ଷରୁ କରାଯାଉଛି। ତେବେ ବିଚାରପତି ସୌରଭ ବାନାର୍ଜୀ ମୁଞ୍ଜାଲଙ୍କ ଯାଚିକା ଉପରେ ଶୁକ୍ରବାର ଶୁଣାଣି କରି ଇଡିକୁ ନୋଟିସ ଜାରି କରିବା ସହ ଜବାବ ଦାଖଲ କରିବାକୁ ସମୟ ଦେଇଛନ୍ତି।

Share
Tags: Business