ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଦିଲ୍ଲୀ କୋର୍ଟ ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଖଲାସ ବ୍ୟକ୍ତିଙ୍କ ନାଁରେ ହତ୍ୟା ଧମକ ଦେଇଥିବାର କୌଣସି ପ୍ରମାଣ ପତ୍ର ଦେବାରେ ଅଭିଯୋଗ ପକ୍ଷ ବିଫଳ ହୋଇଛି।
ଜାନୁଆରୀ ୨୦୧୯ରେ ପୋଲିସ ହେଲ୍ପଲାଇନ ୧୦୦କୁ ଫୋନ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ମହମ୍ମଦ ମୁଖତାର ନାଁରେ ଆନନ୍ଦ ପର୍ବତ ପୋଲିସ ଆଇପିସିର ଧାରା ୫୦୬ (୨) ଅନୁଯାୟୀ ମୋହଦ ମୁଖାର୍‌ ଅଲିଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା।
ପୋଲିସର ସୂଚନାନୁସାରେ, ମୁଖତାର ଅଲି ଦିଲ୍ଲୀ ପୋଲିସ କଣ୍ଟ୍ରୋଲ ରୁମକୁ ଡାକି କେବଳ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଇନାହାଁନ୍ତି, ବରଂ ତାଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିଲେ।