Mumbai: Delhi Capitals players Shikhar Dhawan, Prithvi Shaw, Rishabh Pant, Ishant Sharma and Lalit Yadav pose for a selfie at Mumbai Airport, before leaving for UAE, in Mumbai, Sunday, Aug. 23, 2020. The Delhi Capitals team departed for the United Arab Emirates to take part in the upcoming edition of the Indian Premier League (IPL). (PTI Photo)(PTI23-08-2020_000054B)
ଦୁବାଇ, ୨୪ା୮ (ପି.ଟି.)-ଆଇପିଏଲ୍ ଖେଳିବା ପାଇଁ ଶେଷ ଦଳ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଦୁବାଇରେ ପହଞ୍ଚତ୍ଛନ୍ତି। ଦୁଇ ଦଳର ସମସ୍ତ ସଦସ୍ୟ ମାସ୍କ ଓ ଫେସ୍ ଶିଲ୍ଡ ପରିଧାନ କରିଥିଲେ। କୋଭିଡ୍-୧୯ ମହାମାରୀ ଯୋଗୁ ବିଶ୍ୱର ସବୁଠାରୁ ବଡ଼ ଟି୨୦ ଲିଗ୍ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ତିନୋଟି ଭେନ୍ୟୁ ଦୁବାଇ, ଆବୁଧାବି ଓ ଶାରଜାରେ ଖେଳାଯିବ। ସହରରେ ପ୍ରଥମେ ହାଇଦ୍ରାବାଦ ଭିତ୍ତିକ ଫ୍ରାଞ୍ଚାଇଜ୍ ପହଞ୍ଚତ୍ଥିଲା। ପରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ବାଟ ଦେଇ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚତ୍ଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦ୍ୱାରା ଜାରି ଏସ୍ପିଓ (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର) ଅନୁସାରେ ଦଳର ସମସ୍ତ ସଦସ୍ୟ ବାଧ୍ୟତାମୂଳକ ୬ ଦିନ କ୍ୱାରାଣ୍ଟାଇନରେ ରହିବେ। କ୍ୱାରାଣ୍ଟାଇନ୍ର ୧ମ, ୩ୟ ଓ ୬ଷ୍ଠ ଦିବସରେ ସମସ୍ତଙ୍କର ଆର୍ଟି-ପିସିଆର୍ ଟେଷ୍ଟ ହେବ। ସମସ୍ତ ତିନୋଟି ଟେଷ୍ଟରେ ନେଗେଟିଭ୍ ଆସିବା ପରେ ଟ୍ରେନିଂ ଆରମ୍ଭ କରିପାରିବେ। ଟୁର୍ନାମେଣ୍ଟର ପ୍ରତି ୫ମ ଦିବସରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କର କୋଭିଡ୍-୧୯ ଟେଷ୍ଟ ହେବ।