Categories: ଖେଳ

ଆଇପିଏଲ୍‌ ବାୟୋ-ବବଲ୍‌ରେ କରୋନାର ଏଣ୍ଟ୍ରି

ମୁମ୍ବାଇ,୧୫।୪: ଆଇପିଏଲ୍‌ ବାୟୋବବଲ୍‌ରେ କରୋନାର ଏଣ୍ଟ୍ରି। ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)ର ଫିଜିଓ ପାଟ୍ରିକ ଫାରହାର୍ଟ କୋଭିଡ-୧୯ ସଂକ୍ରମିତ ହୋଇଛନ୍ତି। ଏନେଇ ଆଇପିଏଲ୍‌ ପକ୍ଷରୁ ପକାଶିତ ମିଡିଆ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

କରୋନା ମହାମାରୀକୁ ନେଇ ଗତ ସିଜନ ବେଶ ପ୍ରଭାବିତ ହୋଇଥିଲା। ଧିରେ ଧିରେ ସଂକ୍ରମଣ ବଢ଼ିବାରୁ ୨୦୨୧ ମେ’ ୪ରେ ସିଜନକୁ ସ୍ଥଗିତ ରଖାଯାଇଥିଲା। ସେତେବେଳେ ୨୯ ଲିଗ୍‌ ମ୍ୟାଚ୍‌ ଖେଳାଯାଇଥିଲା। ପରେ ବିସିସିଆଇ ବାକି ମୁକାବିଲାଗୁଡ଼ିକୁ ୟୁଏଇରେ ଆୟୋଜନ କରିଥିଲା।

ଏବେ ଚଳିତ ସିଜନରେ କରୋନା ସଂକ୍ରମଣ ଭୟ ଦେଖାଦେଇଛି। ଡିସିର ଜଣେ ସଂକ୍ରମିତ ବାହାରିବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି। ତାଙ୍କର ଚିକିତ୍ସା ଜାରି ରହିଛି।

Share