Categories: Home Leftଖେଳ

ଚିନ୍ତାରେ ରିଷଭ ପନ୍ତ

ମୁମ୍ବାଇ, ୧୪ା୪- ପ୍ରଥମ ଥର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଦଳର ନେତୃତ୍ୱ ଭାର ସମ୍ଭାଳୁଥିବା ରିଷଭ ପନ୍ତଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦଳର ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ପରେ ପଜିଟିଭ ଆସିଛି ଦକ୍ଷିଣ ଆଫ୍ରିକୀୟ ପେସର ଅନରିଚ ନର୍ଟଜେଙ୍କ ରିପୋର୍ଟ। ଏହି ପେସର ସାଥୀ ଖେଳାଳି କାଗିସୋ ରବାଡାଙ୍କ ସହ ଚଳିତ ମାସ ୬ ତାରିଖରେ ପହଞ୍ଚିଥିଲେ ଭାରତରେ। ସେବେ ଠାରୁ ଦୁହେଁ କ୍ୱାରେଣ୍ଟିନରେ ଅଛନ୍ତି।

ରବାଡା ଦଳୀୟ ବାୟୋ ବବଲରେ ଯୋଗ ଦେବାକୁ ଯାଉଥିବାବେଳେ ନର୍ଟଜେଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଗତ ବର୍ଷ ଏହି ଦକ୍ଷିଣ ଆଫ୍ରିକୀୟ ପେସର ଜବରଦସ୍ତ ଫର୍ମରେ ଥିଲେ। ସେ ୧୬ ମ୍ୟାଚ୍‌ରେ ହାତେଇଥିଲେ ୨୨ ଉଇକେଟ। ତାଙ୍କ ପ୍ରଦର୍ଶନ ଯୋଗୁ ଦିଲ୍ଲୀ ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲ ଖେଳିଥିଲା। ଚଳିତ ବର୍ଷ ମଧ୍ୟ ନର୍ଟଜେ ଭଲ ଫର୍ମରେ ଅଛନ୍ତି। ଆଇପିଏଲ ପାଇଁ ଭାରତ ଆସିବା ପୂର୍ବରୁ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ର ଦୁଇଟି ମ୍ୟାଚ୍‌ରେ ଘାତକ ବୋଲିଂ କରିଥିଲେ।