ନୂଆଦିଲ୍ଲୀ,୧୦।୧୧: ସୋମବାର ଲାଲକିଲ୍ଲା ମେଟ୍ରୋ ଷ୍ଟେଶନ ନିକଟରେ ଏକ କାର୍ ବିସ୍ଫୋରଣ ଯୋଗୁ ବ୍ୟାପକ ଆତଙ୍କ ସୃଷ୍ଟି ହୋଇଛି। ଖବର ମିଳିଛି ଯେ ବିସ୍ଫୋରଣରେ ନିକଟରେ ଥିବା ତିନୋଟି ଗାଡ଼ିରେ ମଧ୍ୟ ନିଆଁ ଲାଗିଯାଇଛି। ଲାଲକିଲ୍ଲା ମେଟ୍ରୋ ଷ୍ଟେଶନର ଗେଟ୍ ନମ୍ବର ୧ ନିକଟରେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି। ଦିଲ୍ଲୀ ପୋଲିସ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଛି। ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଏବଂ ଅନେକ ଆହତ ହୋଇଥିବା ସୂଚନା ମିଳିଛ। ହେଲେ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରାଯାଇନାହିଁ।
ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି, ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପରି ଶବ୍ଦ ହୋଇଥିବା ଖବର ଅଗ୍ନିଶମ ବିଭାଗ ପାଇଥିଲା। ଦଶଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଛି। ଲାଲକିଲ୍ଲା ମେଟ୍ରୋ ଷ୍ଟେଶନର ଗେଟ୍ ନମ୍ବର ୧ ନିକଟରେ ଏକ କାର ବିସ୍ଫୋରଣ ହୋଇଛି, ଯାହା ଫଳରେ ନିକଟରେ ଥିବା ତିନୋଟି ଗାଡ଼ିରେ ନିଆଁ ଲାଗିଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଟିମ୍ ପଠାଯାଇଛି।