ନୂଆଦିଲ୍ଲୀ,୧୩।୧୨: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ସକାଳ ଦିଲ୍ଲୀରେ କୁହୁଡ଼ି ସହିତ ଆରମ୍ଭ ହୋଇଥିଲା। ରାଜଧାନୀର ବାୟୁ ଗୁଣବତ୍ତା ଖରାପ ହେବାରେ ଲାଗି ରହିଥିଲା, ଆଜି ସକାଳେ ଗମ୍ଭୀର ବର୍ଗ ନିକଟତର ହୋଇଛି । କୁହୁଡ଼ି ମଧ୍ୟ ଲୋକଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି। ଏହି ସପ୍ତାହର ଆରମ୍ଭରେ AQI ରେ ସାମାନ୍ୟ ଉନ୍ନତି ଦେଖାଯାଇଥିଲା, କିନ୍ତୁ ଆଜି ସୁଦ୍ଧା ଏହି ସଂଖ୍ୟା ଓଲଟା ଗତି କରିଥିଲା। ଦିଲ୍ଲୀର AQI ୩୮୭ ରେକର୍ଡ କରାଯାଇଛି ।
ନିରନ୍ତର ନଅ ଦିନ ଅତ୍ୟନ୍ତ ଖରାପ ବାୟୁ ପରେ, ମଙ୍ଗଳବାର ରାଜଧାନୀକୁ କିଛି ଆଶ୍ୱସ୍ତି ମିଳିଥିଲା । ଯେତେବେଳେ ହାରାହାରି AQI ୨୮୨କୁ ହ୍ରାସ ପାଇ ଗମ୍ଭୀର ବର୍ଗରେ ପହଞ୍ଚିଥିଲା। ବୁଧବାର ପରିସ୍ଥିତିରେ ସାମାନ୍ୟ ଉନ୍ନତି ହୋଇଥିଲା, AQI ୨୫୯ ରେକର୍ଡ କରାଯାଇଥିଲା, କିନ୍ତୁ ଗୁରୁବାର ପୁଣି ଖରାପ ହୋଇ ୩୦୭ ରେ ପହଞ୍ଚିଥିଲା ଏବଂ ଶୁକ୍ରବାର ଦିନ ଦ୍ରୁତ ଗତିରେ ୩୪୯ କୁ ବୃଦ୍ଧି ପାଇଥିଲା। ହେଲେ ଆଜି ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇ ଗମ୍ଭୀର ସ୍ଥିତିରେ ପହଞ୍ଚିଥିଲା ।
ବାୟୁରେ ଧୂଆଁ ନା କୁହୁଡ଼ି- ଘନ କୁହୁଡ଼ି ସାଙ୍ଗକୁ ଧୂଆଁମୟ ଆକାଶ ସକାଳେ ଅନେକ ଅଞ୍ଚଳକୁ ଘେରି ରହିଥିଲା, ଯାହା ଦୃଶ୍ୟମାନତା ହ୍ରାସ କରିଥିଲା ଏବଂ ପିଲା, ବୃଦ୍ଧ ଏବଂ ଶ୍ୱାସକ୍ରିୟା ରୋଗରେ ପୀଡିତ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ବିପଦ ବୃଦ୍ଧି କରିଛି ।