ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ କରିବାରେ ବିଳମ୍ବ କରୁଛି। ୩ ବର୍ଷରୁ ଅଧିକ ସମୟ ଧରି ଗୌରବ ଯାଦବ ଜଣେ କାର୍ଯ୍ୟକାରୀ ଡିଜିପି ଭାବେ ପଞ୍ଜାବ ପୋଲିସକୁ ନିୟନ୍ତ୍ରଣ କରୁଛନ୍ତି। ସେହି ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ, କାରଣ ଏହା ପ୍ରକାଶ ସିଂହ ରାୟର ମୂଳତତ୍ତ୍ୱ ବିରୋଧରେ ଯାଏ, ଯାହା ପୋଲିସ ନେତୃତ୍ୱକୁ ରାଜନୈତିକ ସୁବିଧାରୁ ଦୂରେଇ ରଖିବାକୁ ଚେଷ୍ଟା କରିଥିଲା। ରାଜ୍ୟ ସରକାରଙ୍କ ସରକାରୀ ନୀତି ବା ଦୃଷ୍ଟିକୋଣରୁ ମନେହେଉଛି ଯେ ସେମାନେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ୟୁପିଏସ୍ସିକୁ ଅପେକ୍ଷା କରିଛନ୍ତି। ଏହା ରଣନୀତି ବ୍ୟତୀତ ଅଧିକ ସମୟ ନେବାର କୌଶଳ ଭଳି ମନେହେଉଛି। ତେବେ କୋର୍ଟଙ୍କ ନିର୍ଦ୍ଦେଶ ସ୍ପଷ୍ଟ ଭାବରେ ୟୁପିଏସ୍ସିକୁ ମଧ୍ୟସ୍ଥ ଭାବରେ କାର୍ଯ୍ୟ ନ କରି ଅନୁପାଳନ ପାଇଁ ଚାପ ପକାଇବାକୁ କ୍ଷମତା ଦିଏ। ଆଶ୍ଚର୍ଯ୍ୟଜନକ କଥା ନିଯୁକ୍ତିରେ ବିଳମ୍ବ ଏକ ଗମ୍ଭୀର ସମସ୍ୟା ସୃଷ୍ଟିକରୁଛି। ‘କାର୍ଯ୍ୟକାରୀ’ ବ୍ୟବସ୍ଥା ଉପରେ ଗୋଟିଏ ରାଜ୍ୟ ଯେତେ ଅଧିକ ବିଳମ୍ବ କରିବ ତାହା ସେହି ବ୍ୟବସ୍ଥାର ମୂଳଦୁଆକୁ ସେତେ ଦୁର୍ବଳ କରିଦେବ। ଯୁକ୍ତି କରାଯାଇପାରେ ଯେ, କେବଳ ପଞ୍ଜାବ ନୁହେଁ, ଅନେକ ରାଜ୍ୟ ନିୟମିତ ନିଯୁକ୍ତି ବଦଳରେ କାର୍ଯ୍ୟକାରୀ ମୁଖ୍ୟଙ୍କୁ ନେଇ ଚଞ୍ଚକତା କରିଛନ୍ତି। କିନ୍ତୁ ଯେତେବେଳେ ସୁପ୍ରିମକୋର୍ଟ ସଙ୍କେତ ଦେଇଛନ୍ତି ଯେ ଏହା ସାଧାରଣ ପ୍ରଶାସନିକ ଧାରା ବା ପ୍ରକ୍ରିୟା ହେବା ଉଚିତ ନୁହେଁ ସେତେବେଳେ ବୁଝିବାକୁ ହେବ ଯେ, ଏହା ସମସ୍ତଙ୍କ ପାଇଁ କୁହାଯାଇଛିି। ଯଦି ପଞ୍ଜାବ ସରକାର ବିଶ୍ୱସନୀୟ ଭାବରେ ଦାବି କରିବାକୁ ଚାହୁଁଛନ୍ତି ଯେ ଏହା ନିୟମଭିତ୍ତିକ ଶାସନକୁ ଗମ୍ଭୀରତାର ସହ ନେଉଛନ୍ତିି, ତେବେ କେବଳ କହିବା ବ୍ୟତୀତ କାମରେ ଦେଖାଇବା ଦରକାର। ପ୍ରାର୍ଥୀମାନଙ୍କ ଏକ ଉପଯୁକ୍ତ ପ୍ୟାନେଲ ପଠାଇବା ଆବଶ୍ୟକ। ୟୁପିଏସ୍ସିକୁ ତା’ର କାମ କରିବାକୁ ଦେଇ ଜଣେ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତ କରନ୍ତୁ।
୩୦୦୦ ପଦବୀ ଖାଲି
ଅନେକ ବର୍ଷ ଧରି ଆମକୁ କୁହାଯାଇଛି ଯେ ଭାରତର ଅମଲାତନ୍ତ୍ରକୁ ପୁନର୍ଗଠନ କରାଯାଉଛି, ଯାହା ଏକବିଂଶ ଶତାବ୍ଦୀ ପାଇଁ ଅଧିକ କର୍ମଚଞ୍ଚଳ, ଅଧିକ ସ୍ବତନ୍ତ୍ର ଏବଂ ଏକ ଜଟିଳ ସ୍ଥିତି ପାଇଁ ଅଧିକ ଉପଯୁକ୍ତ ହେବା ଦରକାର। କିନ୍ତୁ ରାଜ୍ୟ ସଭାରେ କୁହାଯାଇଛି, ସବୁ ସ୍ତରରେ ମୋଟ ୩୦୦୦ ଆଇଏଏସ୍, ଆଇପିଏସ୍ ଏବଂ ଆଇଏଫ୍ଏସ୍ ପଦବୀ ଖାଲି ପଡ଼ିଛି। କେବଳ ୧୩୦୦ରୁ ଅଧିକ ଆଇଏଏସ୍ ଅଧିକାରୀଙ୍କ ଅଭାବ ରହିଛି। ଆଇଏଫ୍ଏସ୍ ଅଧିକାରୀଙ୍କ ପଦବୀ ମଧ୍ୟ ଖାଲି ରହିଛି। ଏହା କର୍ମଚାରୀଙ୍କ ସହ ଜଡ଼ିତ ଏକ ତ୍ରୁଟି ନୁହେଁ, ବରଂ ଏହା ସମ୍ପୂର୍ଣ୍ଣ ବ୍ୟବସ୍ଥାଗତ ତ୍ରୁଟି। ଏବେ ଲାଟେରାଲ ଏଣ୍ଟ୍ରି ବିଷୟକୁ ଆସିବା। ଏହା ଅମଲାତନ୍ତ୍ରରେ ବାଧା ଉପୁଜାଇବ ବୋଲି ମନେକରାଯାଉଥିଲା। ହେଲେ ୨୦୧୮ରେ ଏହା ଆରମ୍ଭ ହେବା ପରଠାରୁ ମନ୍ତ୍ରଣାଳୟଗୁଡ଼ିକରେ ୭ବର୍ଷରେ ମାତ୍ର ୬୩ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଏଣୁ ଏହା ବାଧା ନୁହେଁ; ବରଂ ଏହା ଏକ ବଡ଼ ତ୍ରୁଟି। ତେବେ ପ୍ରଶ୍ନ ଉଠୁଛି, ଲାଟେରାଲ ଏଣ୍ଟ୍ରି ପ୍ରତିଭା ଅଭାବକୁ ଦୂରକରିବା ପାଇଁ ଥିଲା ନା କେବଳ ସଂସ୍କାରକୁ ସୂଚିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା? ନୀତି ନିର୍ଦ୍ଧାରଣରେ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞତାକୁ ପ୍ରବେଶ କରାଇବା ଲକ୍ଷ୍ୟ ଥିଲେ ମଧ୍ୟ ଏହା ବିଫଳ ହୋଇଛି, ଯାହା ନିଯୁକ୍ତି ସଂଖ୍ୟା ଦର୍ଶାଉଛି। ଯଦି ୟୁପିଏସ୍ସି ପ୍ରକ୍ରିୟା ମାଧ୍ୟମରେ ହ୍ରାସ ପାଉଥିବା ନିଯୁକ୍ତିକୁ ସୁଧାରିବା ଲକ୍ଷ୍ୟ ଥିଲା, ତେବେ ତାହା ହୋଇ ନ ଥିବା ସ୍ପଷ୍ଟ ହୋଇଛି। ଏହି ସମୟରେ, ନିଯୁକ୍ତିରେ ବାଧା ପାଇଁ ଶାସନ ବ୍ୟବସ୍ଥା ଅଟକିନାହିଁ। କର୍ମଚାରୀ ଅଭାବ ଥିବା ଏକ ଅମଲାତନ୍ତ୍ର ଅଧିକାରୀଙ୍କୁ ଦୁର୍ବଳ କରେ । ପଦବୀ ଖାଲି ପଡ଼ିବା ବଡ଼ ସମସ୍ୟା ନୁହେଁ। ସରକାର କ୍ୟାଡର ଶକ୍ତିକୁ ପୁନର୍ଗଠନ କରିବା ଦରକାର ଏବଂ କରିପାରିବେ ମଧ୍ୟ। ତେବେ ସମସ୍ୟା ହେଉଛି ଏହା କରିବାରେ ବିଳମ୍ବ ଏବଂ ମହତ୍ତ୍ୱାକାଂକ୍ଷା ଏବଂ କାର୍ଯ୍ୟାନ୍ବୟନ ମଧ୍ୟରେ ଥିବା ବ୍ୟବଧାନ।
ବଡ଼ ସଙ୍କେତ
ବରିଷ୍ଠ ଅଧିକାରୀମାନଙ୍କୁ ସାଂସଦଙ୍କ ପତ୍ରଗୁଡ଼ିକର ଶୀଘ୍ର ଉତ୍ତର ଦେବାକୁ କେନ୍ଦ୍ର ସ୍ପଷ୍ଟ ଭାବରେ କହିଛି। ଏବକାର ଏକ ନୂଆ ଚିଠି ଅଧିକାରୀମାନଙ୍କୁ ଗମ୍ଭୀରତାର ସହ ମନେପକାଇ ଦେଇଛି ଯେ ନିର୍ବାଚିତ ପ୍ରତିନିଧିମାନେ ଆମର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରନ୍ତି। କେହି ଭାବିିପାରିବେ ଯେ ଏହି ଧାଡ଼ିଟି ସିଧାସଳଖ ଏକ ଗମ୍ଭୀର ବାର୍ତ୍ତା ଦେଇଛି। ତେବେ ସାଂସଦମାନେ କେବଳ ଚିଠି ଲେଖି ତାହାର ସ୍ବୀକୃତିକୁ ଅପେକ୍ଷା କରିବାକୁ ନାହାନ୍ତି, ବରଂ ଲକ୍ଷ ଲକ୍ଷ ନାଗରିକଙ୍କ ପ୍ରତିନିଧିତ୍ୱକରି ସେମାନଙ୍କ କଥା ବୁଝିବାକୁ ଅଛନ୍ତି। ସେମାନଙ୍କ ଚିଠି ଅବାଞ୍ଛିତ ବାର୍ତ୍ତା ନୁହେଁ। ଏହି ଅମଲାତନ୍ତ୍ର ଜାଗରଣ କ’ଣ ପାଇଁ ଆରମ୍ଭ ହେଲା? କେହି କହୁନାହାନ୍ତି। ସତ କହିବାକୁ ଗଲେ, ଏହି ଜାଗରଣ ଫାଇଲଗୁଡ଼ିକୁ ଗତିଶୀଳ ରଖେ ଏବଂ ଭାଷାକୁ ସମାନ ରଖେ। କିନ୍ତୁ ଯେତେବେଳେ ପ୍ରତ୍ୟେକ ପ୍ରତିକ୍ରିୟା ସାମଗ୍ରିକ ଭାବେ କିଛି ବିରକ୍ତି ଭାବେ ପ୍ରକାଶ କରେ, ସେତେବେଳେ ଏହା ବିଚ୍ଛିନ୍ନତା ତଥା ପ୍ରଭେଦତାର ଏକ ଗଭୀର ସଙ୍କେତ ଦିଏ। ଚିଠିଗୁଡ଼ିକ ଅଦୃଶ୍ୟ ହୋଇଯାଏ କି ନାହିଁ ତାହା ପ୍ରକୃତରେ ଅନୁଧ୍ୟାନର ବିଷୟ ନୁହେଁ, ବରଂ ଉତ୍ତରଗୁଡ଼ିକ ଚିନ୍ତାଧାରା, ନିର୍ଦ୍ଦିିଷ୍ଟତା, ଦାୟିତ୍ୱ କିମ୍ବା ଏକ ସମୟସୀମାକୁ ଦର୍ଶାଉଛି କି ନାହିଁ ତାହା ଦେଖିବା କଥା।
ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍
Email: dilipcherian@gmail.com