ଅଭିନେତ୍ରୀ ଦୀପିକା ପାଦୁକୋଣ ମା’ ହେବାପରେ ସମ୍ପୂର୍ଣ୍ଣ ବଦଳିଯାଇଛନ୍ତି। ସେ ଏବେ ଝିଅ ଦୁଆ ସହ ସମୟ ବିତାଉଛନ୍ତି। ମା’ ହେବା ପରଠାରୁ ସେ କୌଣସି ଫିଲ୍ମରେ ନଜର ଆସିନାହାନ୍ତି। ଏବେ ତାଙ୍କ ହାତରୁ ଏକ ବଡ଼ ପ୍ରୋଜେକ୍ଟ ଖସିଛି।
ଦୀପିକାଙ୍କୁ ପ୍ରଭାସଙ୍କ ଅଭିନୀତ ଫିଲ୍ମ ସ୍ପିରିଟରୁ ବାହାର କରିଦିଆଯାଇଥିଲା। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହାପରେ କଳକି 2898 ADର ସିକ୍ୱେଲରେ ମଧ୍ୟ ଦେଖାଯିବେ ନାହିଁ ବୋଲି ଆଲୋଚନା ହେଉଥିଲା। ଏବେ ଦୀପିକାଙ୍କୁ ଅନ୍ୟ ଏକ ପ୍ରମୁଖ ପ୍ରୋଜେକ୍ଟରୁ ବାହାର କରିଦିଆଯାଇଛି। ଦୀପିକା ଏମି ପୁରସ୍କାର ବିଜେତା ସିରିଜ ‘ଦି ହ୍ବାଇଟ ଲୋଟସ’ର ଚତୁର୍ଥ ସିଜିନର ଅଂଶ ହେବେ ଚର୍ଚ୍ଚା ଜୋର ଧରିଥିଲା। ଏହି ସିରିଜର ନିର୍ମାତାମାନେ ତାଙ୍କୁ ଏହି ପ୍ରୋଜେକ୍ଟର ଅଂଶ ହେବାକୁ ଚାହୁଁଥିଲେ। କିନ୍ତୁ ଦୀପିକା ମନା କରିଦେଇଥିଲେ। କାରଣ ଏଥିପାଇଁ ସେ ଅଡିସନ ଦେବାକୁ ଚାହୁଁ ନ ଥିଲେ। ଯଦି ସେ ଏହି ଧାରାବାହିକର ଅଂଶ ହୋଇଥାନ୍ତେ, ତେବେ ତାଙ୍କର ଲୋକପ୍ରିୟତା ଆହୁରି ବଢ଼ିଯାଇଥାନ୍ତା।