Categories: Home Leftଖେଳ

ଇନ୍‌ଷ୍ଟା ପୋଷ୍ଟ ପାଇଁ ଫସିଲେ ଷ୍ଟାର ଅଲରାଉଣ୍ଡର

ଆବୁଧାବି,୨୩।୯: ନିକଟରେ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଅଡ଼ୁଆରେ ପଡ଼ିଛନ୍ତି ପଞ୍ଜାବ କିଙ୍ଗ୍ସ ଅଲରାଉଣ୍ଡର ଦୀପକ ହୁଡା। ଇନ୍‌ଷ୍ଟାଗ୍ରାମରେ  ପୋଷ୍ଟ କାରଣରୁ ସେ ମ୍ୟାଚ୍‌ ଫିକ୍ସିଂରେ ଲିପ୍ତ ଥାଇ ପାରନ୍ତି ବୋଲି ସନ୍ଦେହ ସୃଷ୍ଟି ହୋଇଛି। ଶବିର ହୁସେନ ଶେଖଦମ ଖାଣ୍ଡ୍ବାଓ୍ବାଲାଙ୍କ ନେତୃତ୍ୱରେ ବିସିସିଆଇର ଦୁର୍ନୀତି ନିବାରଣ ୟୁନିଟ୍‌ (ଏସିୟୁ) ଏହି ଘଟଣାର ତଦନ୍ତ କରୁଛି।

ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଅପରାହ୍ନ ୨ଟାରେ ଇନ୍‌ଷ୍ଟାଗ୍ରାମ ପ୍ରୋଫାଇଲରେ ହୁଡା ନିଜର ଏକ ଫଟୋ ଶେୟାର କରି ମ୍ୟାଚ୍‌ରେ ସେ ଖେଳୁଥିବା ସୂଚନା ଦେଇଥିଲେ।

ଆଇପିଏଲ ନିୟମ ଅନୁସାରେ, ଟସ୍‌ ପଡ଼ିବା ପୂର୍ବରୁ ଖେଳାଳିମାନେ ଦଳୀୟ ଏକାଦଶ ସମ୍ପର୍କରେ କୌଣସି ତଥ୍ୟ କାହା ଆଗରେ ପ୍ରକାଶ କରିପାରିବେ ନାହିଁ। ଏଣୁ ହୁଡାଙ୍କ ପୋଷ୍ଟକୁ ତଦନ୍ତ ପରିସରକୁ ନିଆଯାଇଛି। ଏହା ଆଇପିଏଲର ଗାଇଡ୍‌ଲାଇନକୁ ଉଲ୍ଲଂଘନ କରୁଛି ନା ନାହିଁ, ତାହା ଜାଣିବା ପାଇଁ ଆମେ ତଦନ୍ତ କରୁଛି ବୋଲି ଏସିୟୁ ମୁଖ୍ୟ ଶବିର କହିଛନ୍ତି।