1229357363
ଇଜ୍ମିର୍ (ତୁର୍କୀ),୧।୧୧: ତୁର୍କୀ ଓ ଗ୍ରୀସ୍ରେ ଶୁକ୍ରବାର ଅପରାହ୍ଣରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ବଡ଼ ଧରଣର ଭୂକମ୍ପରେ ତୁର୍କୀର ଆଜିଆନ ଉପକୂଳ ଏବଂ ଗ୍ରୀସ୍ର ସାମୋସ ଦ୍ୱୀପ ଉତ୍ତର ଭାଗ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାରକାରୀ ଟିମ୍ ଭଗ୍ନାବଶେଷ ତଳୁ କେତେକ ମୃତଦେହ ଉଦ୍ଧାର କରିଛନ୍ତି। ୮୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ଇଜ୍ମିର ସହରର ବହୁ କୋଠା ଧ୍ୱଂସ ହେବା ସହ ସେଫେରିହିସାର ଜିଲା ଏବଂ ସାମୋସ୍ରେ ଛୋଟ ଧରଣର ସୁନାମି ଆସିଥିଲା। ଭୂକମ୍ପ ପରେ ଶତାଧିକ ପଶ୍ଚାତ୍ କମ୍ପନ ଅନୁଭୂତ ହୋଇଛି।