ହାଟଡିହୀ,୨୩।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ତପୁର ବିଧାନସଭା କ୍ଷେତ୍ରର ପୂର୍ବତନ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାରେ ନନ୍ଦିପଦା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ଯାଜପୁର ଜିଲା ରଯାଜପୁର ରୋଡ ଥାନା ଅଧିନ ନୂଆଗଁା ଗ୍ରାମର ହରମୋହନ ବାରିକ(୨୭) ଏବଂ ରାକେଶ ନଟିଆ(୨୯) ଗିରଫ କରାଯାଇଛି।
ସୂଚନାଯୋଗ୍ୟ, କେନ୍ଦୁଝର ଏସ୍ପି ନୀତିନ କୁଶଲ ଦାଗଡୁଙ୍କ ନିର୍ଦ୍ଦେଶ କ୍ରମେ ଆନନ୍ଦପୁର ଡିଏସ୍ପି କମଳ ପଣ୍ଡା ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପଣ୍ଡାଙ୍କ ତତ୍ତ୍ୱାବଧାନରେ ନନ୍ଦିପଦା ପୋଲିସ ଏବଂ ଅନ୍ୟ ପୋଲିସ କର୍ମଚାରୀଙ୍କୁ ନେଇ ବିଭିନ୍ନ ଟିମ୍ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରାଯାଇଛି। ଅଭିଯୁକ୍ତଙ୍କୁ ନିଜ ଗାଁରେ ପୋଲିସ ଧରିବାରେ ସକ୍ଷମ ହୋଇଛି।
ଜୟଦେବଙ୍କ ଅଭିଯୋଗ କ୍ରମେ ନନ୍ଦିପଦା ଥାନାରେ କେସ୍ ନମ୍ବ ୧୦୪/୨୦୨୬ରେ ଏକ ମାମଲା ରୁଜୁ ହୋଇଥିଲା। ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି, ଇନ୍ସପେକ୍ଟର ବଳିଆ ବାରିକ, ଏସ୍ଆଇ ସୁଷମା ସୁନ୍ଦରୀ ସେଠୀ, ଗୋପାଳ ମିଶ୍ର ପ୍ରମୁଖଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ଅଭିଯୁକ୍ତଙ୍କ ଗାଁରେ ଚଢାଉ କରି ଧରିବାରେ ସକ୍ଷମ ହୋଇଛନ୍ତି। ସବଠୁ ବଡ଼ କଥା ହେଉଛି ଜୟଦେବଙ୍କ ସହ ଅଭିଯୁକ୍ତଙ୍କର କି ପ୍ରକାର ସମ୍ପର୍କ ଅଛି ଏବଂ କେଉଁ ପରିସ୍ଥିତିରେ ଅଭିଯୁକ୍ତମାନେ ହେଭିଓ୍ବେଟ କଂଗ୍ରେସ ନେତାଙ୍କୁ ହତ୍ୟା ଧମକ ଦେଲେ ତାହା ସବୁଠୁ ଗୁରୁତପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି।