ଲୋଇସିଂହା,୬।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସନଅଗାଁ(କ) ଗ୍ରାମର ଯୁବ ଚାଷୀ ବଳରାମ ପଧାନ ତାଙ୍କ ଖରିଫ ଧାନ ବିକ୍ରି ଟଙ୍କା କୌଣସିକାରଣବଶତଃ କେରଳରେ ଥିବା ତାଙ୍କର ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି। ସେହି ଟଙ୍କା ଉଠାଇବା ପାଇଁ କେରଳ ଯାଇ ଅସୁସ୍ଥ ହୋଇ ପଡିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ୪ ଦିନ ପରେ ବୁଧବାର ତାଙ୍କ ମୃତ ଦେହ ଗାଁ ରେ ପହଞ୍ଚିଲା ପରେ ଶୋକାକୁଳ ପରିବେଶ ଅନ୍ତିମ ସତ୍କାର କରାଯାଛି। ସେହି ଦିନ ରାତିରେ ପୋଲିସ ଉପସ୍ଥିତିରେ ସ୍ଥାନୀୟ ଅଧିକାରୀ ପହଞ୍ଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇ ରେଡକ୍ରସ ଓ ଶବ ସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ପ୍ରଦାନ କରିଥିଲେ। ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ତରଫରୁ ସହାୟତାର ହାତ ବଢ଼ାଉଛନ୍ତି। ଶୁକ୍ରବାର ଆଗଲପୁର ବ୍ଲକ ଉଚ୍ଚବାହାଲରେ ଥିବା ଅଶୋକ ଫୁଡ ପ୍ରଡକ୍ଟ ତରଫରୁ ସହାୟତା ପ୍ରଦାନ କରାଯାଇଛି। ସ୍ବତ୍ତାଧିକାରୀ ଦୁଇ ପୁଅ ଗଣେଶ ସାହୁ ଏବଂ ସଚିନ ସାହୁ ଶୋକସନ୍ତପ୍ତ ପରିବାର କୁ ଭେଟି ସମବେଦନା ଜଣାଇବା ସହ ୨୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ଅବସରରେ ଗ୍ରାମ୍ୟ କମିଟି ସଭାପତି, ଗୋପାଳ ବେହେରା, ବିଜୟ ଅଗ୍ରୱାଲ ପ୍ରମୁଖ ଉପସ୍ଥିତି ଥିଲେ।