ପୋପ୍‌ ବେନଡିକ୍ଟ ଷୋଡଶଙ୍କର ପରଲୋକ…

ଭଟିମାନ ସିଟି,୩୧।୧୨ : ପୂର୍ବତନ କ୍ୟାଥୋଲିକ ପୋପ ବେନେଡିକ୍ଟ ଷୋଡଶ ଶନିବାର ଭଟିକାନ ସିଟିରେ ପରଲୋକ ଘଟିଛି॥ ୯୫ବର୍ଷ ବୟସରେ ବେନେଡିକ୍ଟ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାଟିକାନ ଚର୍ଚ୍ଚ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ ପୂର୍ବତନ ପୋପ ବେନେଡିକ୍ଟ ଷୋଡଶ ଶନିବାର ପୂର୍ବାହ୍ନ ୯ଟା ୩୪ରେ ଭଟିକାନର ମ୍ୟାଟର ଏକ୍ଲେସିଆ ମଠରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଖବର ମୁତାବକ, ବେନେଡିକ୍ଟ ଷୋଡଶ କିଛି ଦିନ ଧରି ଅସୁସ୍ଥ ଥିଲେ। ବୃଦ୍ଧାବସ୍ଥା ହେତୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରେ ଲାଗି ଥିଲା। ସେ ପ୍ରାୟ ଆଠ ବର୍ଷ ଧରି ରୋମାନ କ୍ୟାଥୋଲିକ ଚର୍ଚ୍ଚର ପୋପ ଥିଲେ। ସେ ୨୦୧୩ରେ ଇସ୍ତଫା ଦେଇଥିଲେ। ୧୪୧୫ ମସିହାରେ ଗ୍ରେଗୋରୀ ଦ୍ୱାଦଶଙ୍କ ପରେ ଇସ୍ତଫା ଦେଇଥିବା ପ୍ରଥମ ପୋପ ହୋଇଥିଲେ। ବେନେଡିକ୍ଟ ଷୋଡଶଙ୍କ ମୃତ୍ୟୁରେ ଭଟିକାନ ସିଟିର ପୋପ ଫ୍ରାନ୍ସିସ କହିଛନ୍ତି ଯେ ସେ ତାଙ୍କୁ ଅଧିକାଂଶ ସମୟ ସାକ୍ଷାତ କରିବାକୁ ଯାଉଥିଲେ।