ଅଭିନେତା କ୍ରିଷ୍ଣା ଜି ରାଓଙ୍କ ପରଲୋକ

ୟଶ ଷ୍ଟାରର୍‌ ଫିଲ୍ମ ‘କେଜିଏଫ’ ଫେମ୍‌ ଅଭିନେତା କ୍ରିଷ୍ଣା ଜି ରାଓଙ୍କ ପରଲୋକ ଘଟିଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇପଡି ବେଙ୍ଗାଲୁରୁର ସୀତା ସର୍କଲ ନିକଟ ବିନାୟକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
୨୦୧୮ରେ ‘କେଜିଏଫ୍‌: ଚାପ୍ଟର ୧’ରେ ଜବରଦସ୍ତ ଅଭିନୟ କରିଥିଲେ। ସେ ପ୍ରାୟ ୩୦ଟି ଫିଲ୍ମରେ ନିଜ ଅଭିନୟର ଛାପ ଛାଡିଥିଲେ। ଏହାସହ ସେ ସହକାରୀ ନିର୍ଦ୍ଦେଶକ ଭାବରେ ୪୦ଟି ଫିଲ୍ମରେ କାମ କରିଛନ୍ତି।