ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଲହରୀ

ନୂଆଦିଲ୍ଲୀ,୧୮।୨: ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ମାଇକ ପ୍ରୋକ୍ଟରଙ୍କ ପରଲୋକ ଘଟିଛି। ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ୭୭ ବର୍ଷ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ କ୍ରିକେଟ କ୍ୟାରିୟର ପରେ ମାଇକ ପ୍ରୋକ୍ଟର ମଧ୍ୟ ଜଣେ କୋଚ ଥିଲେ। ଏନେଇ ସୂଚନା ଦେଇ ଭେଟେରାନଙ୍କ ସ୍ତ୍ରୀ ମାରିନା ପ୍ରୋକ୍ଟର କହିଛନ୍ତି ଯେ, ଅସ୍ତ୍ରୋପଚାର ସମୟରେ ସେ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ଯାହା ପରେ ସେ ଚେତାଶୂନ୍ୟ ହୋଇପଡିଥିଲେ ଏବଂ ପରେ ସେ ସବୁଦିନ ପାଇଁ ଆଖି ବୁଜିଥିଲେ।
ମାଇକ ପ୍ରୋକ୍ଟର ଜଣେ ମହାନ ଅଲରାଉଣ୍ଡର ଥିଲେ। ସେ ୧୯୬୭ ରୁ ୧୯୭୦ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। ଏହା ପରେ ସେ ଜଣେ କୋଚ ଭାବରେ ଯୋଗଦାନ କରିଥିଲେ ଏବଂ ପରେ ସେ ଆଇସିସି ମ୍ୟାଚ ରେଫରି ମଧ୍ୟ ହୋଇଥିଲେ। ମୋଟ ୧୬ ବର୍ଷ ପାଇଁ ପ୍ରୋକ୍ଟର ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ।
ମାଇକ ପ୍ରୋକ୍ଟର ଜାନୁଆରୀ ୧୯୬୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ସେ ହାରାହାର ୭ଟି ଟେଷ୍ଟର ୧୦ ଇନିଂସରେ ୨୫.୧୧ରେ ୨୨୬ ରନ ସ୍କୋର କରିଥିଲେ। ଏହା ବ୍ୟତୀତ ୧୪ ଇନିଂସରେ ବୋଲିଂ କରୁଥିବା ବେଳେ ସେ ହାରାହାରି ୧୫.୦୨ରେ ୪୧ ଉଇକେଟ ନେଇଥିଲେ।