କୋହଲିଙ୍କ ସମର୍ଥନରେ ଏମିତି ଲେଖିଲେ ରାହୁଲ

ନୂଆଦିଲ୍ଲୀ,୨।୧୧: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ମଙ୍ଗଳବାର ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସମର୍ଥନରେ ଟୁଇଟ୍‌ କରିଛନ୍ତି। ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ଠାରୁ ଭାରତ ପରାସ୍ତ ହେବା ପରେ ମହମ୍ମଦ ଶାମିଙ୍କ ସମର୍ଥନରେ ବାହାରିବା କାରଣରୁ କୋହଲିଙ୍କ ଝିଅକୁ ସୋସିଆଲ ମିଡିଆରେ ବଳାତ୍କାର ଧମକ ଦିଆଯାଇଥିଲା।

ଘଟଣାକୁ କେନ୍ଦ୍ର କରି ରାହୁଲ ଲେଖିଛନ୍ତି, ”ପ୍ରିୟ ବିରାଟ। ଏହି ଲୋକମାନେ ଘୃଣାରେ ଭରି ରହିଛନ୍ତି। କାରଣ ସେମାନଙ୍କୁ କେହି ଭଲ ପାଉ ନାହାନ୍ତି। ସେମାନଙ୍କୁ କ୍ଷମାକର। ଦଳକୁ ସୁରକ୍ଷା ଦିଅ“।

କୋହଲିଙ୍କ ୯ ମାସର ଝିଅକୁ ବଳାତ୍କାର ଧମକ ଦିଆଯିବା ଘଟଣାରେ ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ) ସାଇବର ସେଲ ପୋଲିସକୁ ନୋଟିସ ଜାରି କରିଛି। ଚିହ୍ନଟ କରାଯାଇଥିବା ଅଭିଜୁକ୍ତଙ୍କୁ ଗିରଫ କରିବା ପାଇଁ କେଉଁ କେଉଁ ପଦକ୍ଷେପ ନିଆଯାଇଛି, ତାହାର ରିପୋର୍ଟ ତଲବ କରାଯାଇଛି।