ରେଳଲାଇନରୁ ମିଳିଲା ମାଇନ୍ସ ବ୍ୟବସାୟୀଙ୍କ ମୃତଦେହ: ହତ୍ୟା ନା ଆତ୍ମହତ୍ୟା, ଖୋଜୁଛି ପୋଲିସ

କୋରାପୁଟ,୭।୧୧(ଅମିତାଭ ବେହେରା ): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଡୁମୁରିପୁଟ ରେଳ ରାସ୍ତା କଡରେ ଏକ ମୃତଦେହକୁ କୋରାପୁଟ ରେଲୱେ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ମେଡିକାଲ କଲେଜକୁ ପଠାଇଛି। ଏନେଇ ରେଲୱେ ଥାନା ଅଧିକାରୀ ସନ୍ତୋଷୀ ମହନ୍ତ ସୂଚନା ଦେଇଛନ୍ତି। ମୃତକ ହେଲେ ଜୟପୁର ସମ୍ବରତୋଟା ଅଞ୍ଚଳର ମାଇନ୍ସ ବ୍ୟବସାୟୀ ଏଏମ ଶଙ୍କର (୪୫) ବୋଲି ଜଣାପଡିଛ। ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ରେଲୱେ ପୋଲିସ କହିଛି। ଏହି ଘଟଣା ପଛରେ ମାଇନ୍ସ ଡିଲକୁ ନେଇ ଘଟିଥିବା ଜଣାଯାଇଛି। ମୃତକ ଜଣଙ୍କ କୋରାପୁଟ ଭାଣ୍ଡିସାହି ସ୍ଥିତ ମହାଲକ୍ଷ୍ମୀ ନାମକ ଲଜର ୨୧୫ ନଂ ରୁମ୍‌ରେ କିଛି ଦିନ ହେଲା ରହି ଆସୁଥିବାବେଳେ ଶୁକ୍ରବାର ସକାଳ ୭ଟାରେ କୌଣସି କାମରେ ବାହାରକୁ ଯାଇଥିବା ଲଜ୍‌ କର୍ତ୍ତୃପକ୍ଷ କହିଛନ୍ତି।

 

Dharitri – The Largest & Most Trusted Odia Daily