ରେଳ ଧାରଣାରୁ ମିଳିଲା ମୃତ ମୟୂର: ଚାଲାଣ କରାଯାଉଥିବା ସନ୍ଦେହ

ବ୍ରହ୍ମପୁର,୩୦।୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳ ଷ୍ଟେଶନ ଦୁଇ ନମ୍ବର ପ୍ଲାଟଫର୍ମ ରେଳ ଧାରଣାରୁ ଶୁକ୍ରବାର ଏକ ମୃତ ମୟୂର ପକ୍ଷୀ ଜବତ ହୋଇଛି। ଷ୍ଟେଶନ କର୍ମଚାରୀ ଏବଂ ଜିଆର୍‌ପିଠାରୁ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୟୁରକୁ ଜବତ କରି ବ୍ୟବଚ୍ଛେଦ ପରେ ପୋତି ଦେଇଛନ୍ତି। ପ୍ରାଥମିକ ତଦନ୍ତରୁ କେହି ଜଣେ ମୟୂର ଚାଲାଣ କରୁଥିବା ସନ୍ଦେହ କରାଯାଉଛି।

ଅନ୍ୟପକ୍ଷେ ଷ୍ଟେଶନ ବାହାରେ ଓ ଭିତରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରି ତଦନ୍ତ ଜାରି ରହିଛି। ବ୍ୟବଛେଦ ରିପୋର୍ଟ ମିଳିବା ପରେ ମୟୁରର ମୃତ୍ୟୁର କାରଣ ଜଣାପଡିବ ବୋଲି କୁହାଯାଇଛି।

ମଳିଥିବା ସୂଚନା ମୁତାବକ, ରେଲଧାରଣରେ ମୃତ ମୟୂର ପଡ଼ିଥିବା ସଫେଇ କର୍ମଚାରୀ ପ୍ରଥମେ ଦେଖିବାକୁ ପାଇଥିଲେ। ଏନେଇ ଷ୍ଟେଶନ ମ୍ୟାନେଜରଙ୍କୁ ଜଣାଇଥିଲେ। ମ୍ୟାନେଜର ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ପହଞ୍ଚି ମୟୂରକୁ ଜବତ କରିଥିଲେ। ମୃତ ମୟୁରକୁ ଉଦ୍ଧାର ସମୟରେ ଷ୍ଟେଶନ ମ୍ୟାନେଜର ଦୁର୍ଗା ପ୍ରସାଦ ବ୍ରହ୍ମା, ଆରପିଏଫ ଆଇଆଇସି ଭେଙ୍କଟ ରମଣାଙ୍କ ସମେତ ଜିଆରପି ପୋଲିସ ଓ ବନ କର୍ମଚାରୀ ଉପସ୍ଥିତ ଥିଲେ।