ଛତ୍ରପୁର,୨୯।୭(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧିନ ତାମ୍ପରା ନିକଟରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ବ୍ରହ୍ମପୁର ବାଲିପଡା ଅଞ୍ଚଳର କୈଳାଶ ପାତ୍ର । ମୃତକ ଜଣକ ସୋମବାରଠାରୁ ନିଖୋଜ ଥିଲେ। ସେ ବ୍ରହ୍ମପୁରରୁ ଛତ୍ରପୁର ଆସିଥିଲେ। ହେଲେ ମଙ୍ଗଳବାର ସକାଳେ ତାମ୍ପରା ନିକଟରେ ଥିବା ଉଠା ଦୋକାଙ୍କ ଟେବୁଲରେ ଶୋଇଥିବା ବେଳେ କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ । ସେଠାରୁ ତାକୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପରିବାରଲୋକେ ମେଡିକାଲରେ ପହଞ୍ଚିିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ କିପରି ତାଙ୍କର ମୃତ୍ୟୁ ଘଟିିଲା ତାହା ଅସ୍ପଷ୍ଟ ରହିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସତ୍ୟତା ଜଣାପଡିବ । ବର୍ତ୍ତମାନ ଏକ ଅପମୃତ୍ୟୁ ମାମଲା ୧୮/୨୫ ରୁଜୁ ହୋଇ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।