ଖଡ଼ିଆଳ,୧୨।୧୦(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ୱାର୍ଡ ନଂ ୨ ଭଡା ଘରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସିନାପାଲି ଗ୍ରାମର ଅରୁଣ ଅଗ୍ରୱାଲ (୪୦)। ତାଙ୍କ ଭାଇ ରାଜେଶ ଅଗ୍ରଓ୍ବାଲଙ୍କ ଅଭିଯୋଗ କ୍ରମେ ଖଡ଼ିଆଳ ଥାନା ପୋଲିସ ତଦନ୍ତ କରୁଛି।
ପୁଲିସ ସୂତ୍ରରୁ ପ୍ରକାଶ, ଶନିବାର ରାତି ୭ଟା ସମୟରେ ଅରୁଣଙ୍କ ସନ୍ଦେହଜଣକ ମୃତ୍ୟୁ ହୋଇଥିଲା। ଏନେଇ ରାଜେଶ ଖଡ଼ିଆଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅପରପକ୍ଷେ ମୃତ୍ୟୁ ସନ୍ଦେହରେ ଥିବା ଯୋଗୁ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ ଘଟଣା କ’ଣ ଜଣାପଡିବ ବୋଲି ତଦନ୍ତ ଅଧିକାରୀ ଜ୍ୟୋତି ରଞ୍ଜନ ସେନାପତି ପ୍ରକାଶ କରିଛନ୍ତି।
Dharitri – Odisha’s No.1 Odia Daily