ବାସନ୍ଦ ନାଁରେ ଉଠୁନି ମୃତଦେହ: ସମାଧାନ ପାଇଁ ଅଡ଼ିବସିଛନ୍ତି ୨ ଝିଅ

ଆସିକା,୩୦।୧୧(ସୁରେନ୍ଦ୍ର ନାଥ ସାହୁ): ବାସନ୍ଦ ନାଁରେ ଗାଁରୁ ଉଠୁନି ମୃତଦେହ। ଦୀର୍ଘ ୨୦ ଘଣ୍ଟା ଧରି ଘରେ  ପଡି ରହିଛି ମୃତଦେହ ।ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଧରାକୋଟ ଥାନା କମାଶାସନ ଗ୍ରାମରେ।ଗ୍ରାମର ୬୫ ବର୍ଷୀୟ ବୃଦ୍ଧା ଏସ୍‌ରତ୍ନାଲୁ ରେଡ୍ଡିଙ୍କ ଦେହାନ୍ତ ହୋଇଛି।
ମୃତକଙ୍କ  ସ୍ବାମୀ  ଓ ଦୁଇ ପୁଅ ପୂର୍ବରୁ  ଦେହାନ୍ତ ହୋଇଥିବା ବେଳେ ପାଖରେ ଅଛନ୍ତି ଦୁଇ ଝିଅ। ସତ୍କାର କରିବା ପାଇଁ ଗାଁ ଲୋକ ରାଜି ହେଉଥିଲେ ବି ମୃତକଙ୍କ ନାମରେ ଥିବା ଟଙ୍କା ଓ ତାଙ୍କୁ ଗ୍ରାମରେ କାହିଁକି ବାସନ୍ଦ କରାସଯାଇଛି ତାହାର ସମାଧାନ ନ ହେବା ପର୍ଯ୍ୟନ୍ତ ମୃତଦେହ ଉଠିବନି ବୋଲି ଝିଅମାନେ ଅଡ଼ି ବସିଛନ୍ତି।
ଏହି ଘଟଣା ନେଇ ଧରାକୋଟ ଥାନାରେ ପୂର୍ବରୁ  ଅଭିଯୋଗ ବି ହୋଇଛି।
Dharitri – Odisha’s No.1 Odia Daily