ଟ୍ରେନ ଧକ୍କାରେ ମୁଣ୍ଡ ଗଣ୍ଡି ଅଲଗା, ରେଲୱେ ଟ୍ରାକରେ ପଡିଛି ମୃତଦେହ

ବଲାଙ୍ଗୀର,୯।୧୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଲୱେ ଷ୍ଟେଶନ ନିକଟ ମହୁଲବାହାଲି ଗାଁ ନିକଟ ଟ୍ରାକରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଟ୍ରେନ ଧକ୍କାରେ ମୁଣ୍ଡ ଆଉ ଶରୀର ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । କଣ୍ଟାବାଞ୍ଜିରୁ ତୁରେକେଲା ଯିବା ରାସ୍ତା ରେଲୱେ ଟ୍ରାକରେ ମୃତଦେହ ପଡିଛି । ବିଳମ୍ବିତ ରାତିରେ ହିଁ ଟ୍ରେନରେ ମୁଣ୍ଡ କଟି ଯାଇଥିବା ସନ୍ଦେହ କରାଯାଉଛି । ଏବେ ବି ଟ୍ରାକରେ ପଡିଛି ମୃତଦେହ । ସ୍ଥାନୀୟ ଲୋକେ ଦେଖି ଜିଆରପି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚିଥିବା ଜଣାପଡ଼ିଛି । ସ୍ଥାନୀୟ ଅଧିବାସୀମାନେ ହତ୍ୟା ହୋଇଥିବା ନେଇ ଆଲୋଚନା କରୁଥିବା ବେଳେ ପୋଲିସର ତଦନ୍ତ ପରେ ମୃତ୍ୟୁର ସହସ୍ୟ ଜଣାପଡିବ।

Dharitri – The Largest & Most Trusted Odia Daily